24.1 C
Bhubaneswar
Thursday, May 9, 2024
Homeବ୍ରେକୀଙ୍ଗବିହାରରେ ତିନୋଟି ପେଟ୍ରୋଲିୟମ ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ବିହାରରେ ତିନୋଟି ପେଟ୍ରୋଲିୟମ ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ବିହାରରେ ତିନୋଟି ପେଟ୍ରୋଲିୟମ ପ୍ରକଳ୍ପକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସରକାରୀ ଯୋଜନାଗୁଡ଼ିକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବାରେ ବିହାର ରାଜ୍ୟ ପ୍ରଶାସନର ଭୂମିକା ପ୍ରଶଂସନୀୟ ବୋଲି କହିଛନ୍ତି । ବିହାରରେ ୯୦୦ କୋଟି ଟଙ୍କା ମୂଲ୍ୟର ତିନୋଟି ପେଟ୍ରୋଲିୟମ୍ ସେକ୍ଟର୍ ପ୍ରକଳ୍ପ ଉଦ୍ଘାଟନ କରି କହିଛନ୍ତି ଯେ , ଏହି ପ୍ରକଳ୍ପରେ ପାରାଦୀପ-ହଳଦିଆ-ଦୁର୍ଗାପୁର ଗ୍ୟାସ ପାଇପଲାଇନ ଯାହା ଦୁର୍ଗାପୁର-ବଙ୍କା ଖଣ୍ଡ ପର‌୍ୟ୍ୟନ୍ତ ବିସ୍ତାର କରାଯାଇଛି । ଏଥି ସମେତ ଦୁଇଟି ଏଲପିଜି ବଟଲିଂ ପ୍ଲାଣ୍ଟକୁ ମଧ୍ୟ ଉଦଘାଟନ କରିଛନ୍ତି ମୋଦି । ଏହି ଭର୍ଚ୍ୟୁଆଲ୍ ଉତ୍ସବରେ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଳ କେ. ମୋଦୀ ଉପସ୍ଥିତ ôଥଲେ । ଏ ଦୁଇଟି ଲିକ୍ବିଫାଏଡ୍ ପେଟ୍ରୋଲିୟମ୍ ଗ୍ୟାସ୍ ବଟ୍ଲିଙ୍ଗ୍ ପ୍ଲାଣ୍ଟ୍ କେବଳ ବିହାରର କେତୋଟି ଜିଲ୍ଲା ନୁହେଁ, ଝାଡ଼ଖଣ୍ଡ ଏବଂ ଉତ୍ତରପ୍ରଦେଶର ଅଳ୍ପ କେତେକ ଜିଲ୍ଲା ଲାଗି ମଧ୍ୟ ଗ୍ୟାସ୍ ସିଲିଣ୍ଡର୍ ଭରିବାରେ ସମର୍ଥ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking