33.1 C
Bhubaneswar
Sunday, May 5, 2024
Homeଓଡିଶାଯୁକ୍ତ୨ ମୂଲ୍ୟାୟନ : ୧୫ ସୁଦ୍ଧା ପ୍ରାକ୍ଟିକାଲ ମାର୍କ ଦାଖଲ କରିବାକୁ ନିର୍ଦ୍ଦେଶ

ଯୁକ୍ତ୨ ମୂଲ୍ୟାୟନ : ୧୫ ସୁଦ୍ଧା ପ୍ରାକ୍ଟିକାଲ ମାର୍କ ଦାଖଲ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ଦିଗରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତତ୍ପରତା ପ୍ରକାଶ କରିଛି। ପରିଷଦ ପରୀକ୍ଷା ନିୟନ୍ତ୍ରକ ସମସ୍ତ ଯୁକ୍ତ୨ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଆସନ୍ତା ୧୫ ତାରିଖ ସୁଦ୍ଧା କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀଙ୍କ ମାର୍କ ତାଲିକା ସାମ୍‌ସ ଇ‌-ସ୍ପେସ୍‌ରେ ଅପ୍‌ଲୋଡ୍‌ କରିବାକୁ କୁହାଯାଇଛି। ଏନେଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ଲିଙ୍କ୍‌ ପ୍ରଦାନ କରାଯାଇଛି। ଏଥିସହ ମାନୁଆଲ୍‌ ଭାବେ ପ୍ରାକ୍ଟିକାଲ/ପ୍ରକଳ୍ପ ମାର୍କ କିଭଳି ଦାଖଲ ହୋଇପାରିବ ତାହାର ସବିଶେଷ ତଥ୍ୟ ପରିଷଦ ପକ୍ଷରୁ କଲେଜଗୁଡ଼ିକୁ ପଠାଯାଇଛି। ସେହିପରି ଥିଓରି ମାର୍କ ପ୍ରଦାନ ନେଇ ମଧ୍ୟ ପରିଷଦ କଲେଜ ଅଧ୍ୟକ୍ଷମାନଙ୍କ ସହଯୋଗ ଲୋଡ଼ିଛି। ୨୦୧୯-୨୦ ଶିକ୍ଷାବର୍ଷରେ ଯୁକ୍ତ୨ରେ ନାମ ଲେଖାଇବା ଛାତ୍ରଛାତ୍ରୀଙ୍କ ଦଶମ ମାର୍କ ସିଟ୍‌ ସମତେ ନାମଲେଖା ସମୟର ସମସ୍ତ କାଗଜପତ୍ର ଭଲ ଭାବେ ଯାଞ୍ଚ କରିବାକୁ କୁହାଯାଇଛି। ଆବଶ୍ୟକ ସ୍ଥଳେ ମାର୍କସିଟ୍‌ ସମ୍ପୃକ୍ତ ସ୍କୁଲକୁ ପଠାଯାଇ ଯାଞ୍ଚ କରାଯି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking