34.1 C
Bhubaneswar
Thursday, April 25, 2024
Homeଓଡିଶାଭୁବନେଶ୍ବରରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଡେଇଁଲା

ଭୁବନେଶ୍ବରରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଡେଇଁଲା

ଭୁବନେଶ୍ବର : ମଶା ଧୂଆଁ ଛଡ଼ାଯାଉଛି। ଗଛ କଟାଯାଉଛି। ଲୋକଙ୍କୁ ସଚେତନ ବି କରାଯାଉଛି। ତା’ପରେ ବି ଡେଙ୍ଗୁରେ ରୋକ୍‌ ଲାଗୁନି। ଜଣଙ୍କ ପରେ ଜଣେ ଆକ୍ରାନ୍ତ ହେଉଛନ୍ତି। ଏବେ ଭୁବନେଶ୍ବରରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଡେଇଁଛି। ରବିବାର ସନ୍ଧ୍ୟା ସୁଦ୍ଧା ସହରରୁ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଏମ୍‌ସି ସୂଚନା ଦେଇଛି। ତେବେ ବେସରକାରୀ ଭାବେ ଏହି ସଂଖ୍ୟା ଆହୁରି ଅଧିକ ବୋଲି କୁହାଯାଉଛି। ବିଏମ୍‌ସି ୭ ଓ ୧୪ ନମ୍ବର ୱାର୍ଡରେ ଆସୁଥିବା ନୀଳାଦ୍ରିବିହାର ଓ ଶୈଳଶ୍ରୀ ବିହାର ଅଞ୍ଚଳରୁ କେବଳ ଶତାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେସରକାରୀ ଭାବେ ଜଣାପଡ଼ିଛି। ଡେଙ୍ଗୁ ସ୍ଥିତି ଭୟଙ୍କର ରୂପ ନେବା ପରେ ରବିବାର ଏକ ଡାକ୍ତରୀ ଦଳ ୭ ଓ ୧୪ ନମ୍ବର ୱାର୍ଡ ଗସ୍ତ କରିଛି। ଲୋକଙ୍କ ଘରକୁ ଯାଇ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି।

କେତେକ ଲୋକଙ୍କଠାରେ ଜ୍ବରର ଲକ୍ଷଣ ଦେଖିବାକୁ ପାଇଛନ୍ତି। ଏଥିସହ ଡେଙ୍ଗୁର ଲକ୍ଷଣ ସମ୍ପର୍କରେ ଲୋକଙ୍କୁ ବୁଝାଇ ଭୟଭିତ ନ ହେବାକୁ ପରାମର୍ଶ ଦେଇଛନ୍ତି। ଅଳ୍ପ କିଛି ଲୋକ ଡେଙ୍ଗୁ ପରୀକ୍ଷା ସମ୍ପର୍କରେ ସଚେତନ ଥିବା ଡାକ୍ତରୀ ଦଳ ଦେଖିବାକୁ ପାଇଥିଲା। ସରକାରୀସ୍ତରରେ କ୍ୟାପିଟାଲ ହସ୍ପିଟାଲ ଓ ଆରଏମ୍‌ଆରସିରେ ବିନା ମୂଲ୍ୟରେ ଡେଙ୍ଗୁ ପରୀକ୍ଷା ଲାଗି ‌ଏଲିସା‌ ଟେଷ୍ଟ ହେଉଥିବା ନେଇ ଅଧିକାଂଶ ଲୋକ ଜାଣି ନାହାନ୍ତି। ତେଣୁ ଡାକ୍ତରୀ ଦଳ କହିଥିଲେ ଯେ ବିନା ପରୀକ୍ଷାରେ ଆମେ କାହାକୁ ବି ଡେଙ୍ଗୁ ହୋଇଥିବା କହିପାରିବା ନାହିଁ। ଏଭଳି ମାନସିକତାରୁ ଦୂରେଇ ରହିବା ସହ ଡେଙ୍ଗୁ ବିରୋଧରେ ଲଢ଼େଇରେ ସାମିଲ ହେବାକୁ ସାଧାରଣ ଲୋକଙ୍କୁ ବୁଝାଇଥିଲେ। ଏବେ ସୁଦ୍ଧା ୫୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ବାକି ଯେଉଁମାନଙ୍କଠାରେ ଜ୍ବରର ଲକ୍ଷଣ ରହିଛି ସେମାନଙ୍କ ପରୀକ୍ଷା କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking