29.1 C
Bhubaneswar
Monday, May 6, 2024
Homeଓଡିଶାଏପ୍ରିଲ ୧୭ରେ ପିପିଲି ଭୋଟ୍‌

ଏପ୍ରିଲ ୧୭ରେ ପିପିଲି ଭୋଟ୍‌

ଭୁବନେଶ୍ୱର: ଏପ୍ରିଲ ୧୭ରେ ପିପିଲି ବିଧାନସଭା ଉପନିର୍ବାଚନ ଅନୁଷ୍ଠିତ ହେବ । ମେ ୨ ତାରିଖରେ ଭୋଟ ଗଣତି ହେବାକୁ ଥିବା ବେଳେ ସେହି ଦିନ ହିଁ ଫଳ ପ୍ରକାଶ ପାଇବ । ତେବେ ମାର୍ଚ୍ଚ ୨୩ରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଭଳି ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ମାର୍ଚ୍ଚ ୩୦ । ଅନ୍ୟପଟେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ଏପ୍ରିଲ ୩ ତାରିଖ । ବର୍ତମାନ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ଖାଲି ପଡିଛି । କିଏ ପିପିଲି ଆସନରୁ ପ୍ରାର୍ଥୀ ହେବେ ସେ ନେଇ ଚର୍ଚ୍ଚା ଲାଗି ରହିଛି । ସ୍ୱର୍ଗତଃ ପ୍ରଦୀପ ମହାରାଥୀଙ୍କ ଦେହାନ୍ତ ପରେ ତାଙ୍କ ପତ୍ନି ପ୍ରତିଭା ମହାରଥୀ ଏବଂ ପୁଅ ରୁଦ୍ର ପ୍ରତାପ ମହାରଥୀ ନିର୍ବାଚନ ଲଢିବା ନେଇ ନିଜ ଆଶା ବ୍ୟକ୍ତ କରିସାରିଛନ୍ତି । ଦଳ ଯାହା ନିଷ୍ପତ୍ତି ନେବ, ସେମାନେ ତାକୁ ଗ୍ରହଣ କରିବେ ବୋଲି କହିସାରିଛନ୍ତି । ଅନ୍ୟପଟେ ପିପିଲିବାସୀ ମହାରଥୀଙ୍କ ପରିବାରରୁ କାହାକୁ ଟିକଟ ମିଳୁ ବୋଲି ଚାହୁଁଥିବା ସମୀର ରଂଜନ ଦାସ ପୂର୍ବରୁ କହିଥିଲେ । ତେବେ ବର୍ତମାନ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଦଳ କାହାକୁ ପିପିଲି ଆସନରୁ ଛିଡା କରୁଛି ତାହା ଉପରେ ସମସ୍ତଙ୍କ ନଜର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking