39.1 C
Bhubaneswar
Wednesday, April 24, 2024
Homeଓଡିଶାସମୂହତାକୁ ଗୁରୁତ୍ୱ ଦେଉଥିବା ସମାଜ ଗଠନ ଜରୁରୀ : ଡ. ଶ୍ରୁତି ମହାପାତ୍ର

ସମୂହତାକୁ ଗୁରୁତ୍ୱ ଦେଉଥିବା ସମାଜ ଗଠନ ଜରୁରୀ : ଡ. ଶ୍ରୁତି ମହାପାତ୍ର

ଭୁବନେଶ୍ୱର : ସମୂହତାକୁ ଗୁରୁତ୍ୱ ଦେଉଥିବା ଏକ ସମାଜର ବିଶେଷତ୍ୱ ହେଲା ଯେ ଏହା ସବୁବେଳେ ଚେଷ୍ଟା କରେ
ଯେପରି ସମସ୍ତେ ଏକତ୍ର ହୋଇ ଆଗକୁ ଅଗ୍ରସର ହୁଅନ୍ତୁ । କେହି ପଛରେ ପଡ଼ିଯିବାକୁ ଏପରି ସମାଜ ଅନୁମତି ଦିଏ ନାହିଁ ।
ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ଶନିବାର ଭର୍ଚୁଆଲ୍ ଭାବେ ଆୟୋଜିତ ପାକ୍ଷିକ ସୋଆ ଫର୍ଟନାଇଟଲି
ଏକାଡେମିକ ଲେକ୍‌ଚର ପ୍ରଦାନ କରି ଏହା କହିଛନ୍ତି ବିଶିଷ୍ଟ ସମାଜସେବୀ ଓ ଅସମର୍ଥ ମାନଙ୍କର ଅଧିକାର ନିମନ୍ତେ ଉଦ୍ୟମ
ଜାରି ରଖିଥିବା ନେତ୍ରୀ ଡ. ଶ୍ରୁତି ମହାପାତ୍ର ।
ସମୂହତାକୁ ଗୁରୁତ୍ୱ ପ୍ରଦାନ କରୁଥିବା ସମାଜ ଜାତି, ଲିଙ୍ଗ, ଶ୍ରେଣୀ, ପିଢ଼ୀ ବା ଭୌଗଳିକ ଭିନ୍ନତାକୁ ଅତିକ୍ରମ କରି ସମସ୍ତଙ୍କୁ
ନେଇ ଏପରି ଏକ ପୃଥିବୀ ଗଢ଼ିବାକୁ ଚେଷ୍ଟା କରେ ଯେଉଁଠାରେ ସମସ୍ତଙ୍କୁ ସମାନ ସୁଯୋଗ ମିଳେ ବୋଲି ଡ. ମହାପାତ୍ର
କହିଥିଲେ । ଏହି ବକ୍ତୃତା ସୋଆରେ ମାସର ପ୍ରତି ଦ୍ୱିତୀୟ ଓ ଚତୁର୍ଥ ଶନିବାର ଦିନ ଆୟୋଜନ କରାଯାଇଥାଏ ।
ଅକ୍ଷମ ବ୍ୟକ୍ତିମାନଙ୍କ ପ୍ରତି ସମାଜର ପରମ୍ପରାଗତ ଦୃଷ୍ଟିଭଙ୍ଗୀ ଓ ଆଚରଣକୁ ଅଂଗେ ଲିଭାଇଥିବା ଡ. ମହାପାତ୍ର ଏହି
ପରିସ୍ଥିତିର ଊର୍ଦ୍ଧ୍ୱକୁ ଉଠି ଏହି ବ୍ୟକ୍ତିମାନଙ୍କର ଅଧିକାର ନିମନ୍ତେ ସ୍ୱର ଉତୋଳନ କରିବା ଫଳରେ କିପରି ସରକାର ପୃଥକ
ଭାବେ ଆଇନ୍ ପ୍ରଣୟନ କରିଛନ୍ତି ସେ ବିଷୟରେ ବିଷଦ ବର୍ଣ୍ଣନା କରିଥିଲେ । ଡ. ମହାପାତ୍ର ବର୍ତମାନ ଦୁଇଟି ଅନୁଷ୍ଠାନ
‘ସ୍ୱାଭିମାନ’ ଓ ‘ଅଞ୍ଜଳି’କୁ ମୁଖ୍ୟ ଭାବେ ପରିଚାଳନା କରୁଛନ୍ତି ଯାହା ଅକ୍ଷମ ବ୍ୟକ୍ତିମାନଙ୍କୁ ସଶକ୍ତ କରିବା ନିମନ୍ତେ କାର୍ଯ୍ୟ
କରୁଛି ।
ଛାତ୍ରଛାତ୍ରୀମାନଙ୍କ ୁଡ. ମହାପାତ୍ର ୪ଟି ମନ୍ତ୍ର ବିଷୟରେ କହିଥିଲେ- ସବୁବେଳେ ସମସ୍ୟାକୁ ଭୁଲି ସମାଧାନ ଉପରେ ଦୃଷ୍ଟି ରଖ,
ସ୍ୱପ୍ନ ଦେଖିବା ବନ୍ଦ କର ନାହିଁ, ନିଜର ସାମର୍ଥ୍ୟ ଉପରେ ଭରସା ରଖ ଓ ଅନ୍ୟକୁ ତୁମର ସଫଳତାର ସଂଜ୍ଞା ନିରୂପଣ କରିବାକୁ
ଦିଅନାହିଁ ।
ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଓ ସୋଆ ଏନ୍‌ଏସ୍‌ଏସ୍ କୋଅର୍ଡିନେଟର ଡ. ନଚିକେତା ଶର୍ମା ଏହି
କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଫେସର ମହାପାତ୍ର ଡ. କମଳ ଲୋଚନ ମହନ୍ତଙ୍କୁ ୨୦୧୯-୨୦
ନିମନ୍ତେ ଶ୍ରେଷ୍ଠ ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ ଅଫିସର ଓ ଶ୍ରୀ ପ୍ରତୀକ ଦାସଙ୍କୁ ଶ୍ରେଷ୍ଠ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ଭାବେ ସମ୍ମାନିତ
କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking