39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଘରୋଇ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର୍‌ ପିଛା ୧୫ ଟଙ୍କା ବୃଦ୍ଧି କଲେ ପେଟ୍ରୋଲିୟମ୍‌ କମ୍ପାନୀ

ଘରୋଇ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର୍‌ ପିଛା ୧୫ ଟଙ୍କା ବୃଦ୍ଧି କଲେ ପେଟ୍ରୋଲିୟମ୍‌ କମ୍ପାନୀ

ନୂଆଦିଲ୍ଲୀ : ପେଟ୍ରୋଲିୟମ୍‌ କମ୍ପାନୀମାନେ ରନ୍ଧନ ପାଇଁ ଘରେ ବ୍ୟବହାର ହେଉଥିବା ‘ଏଲ୍‌ପିଜି’ର ଦର ସିଲିଣ୍ଡର୍‌ ପିଛା ୧୫ ଟଙ୍କା ବୃଦ୍ଧି କରିଛନ୍ତି। ଆଜି ଠାରୁ ନୂଆ ଦର ଲାଗୁ କରାଯିବ। ସମ୍ପ୍ରତି ଦିଲ୍ଲୀରେ ଟ. ୮୮୪.୫୦ ଥିବା ୧୪.୨ କି.ଗ୍ରା. ଓଜନବିଶିଷ୍ଟ ଅଣରିହାତି ‘ଏଲ୍‌ପିଜି’ ସିଲିଣ୍ଡର୍‌ର ମୂଲ୍ୟ ଟ. ୮୯୯.୫୦ ହୋଇଥିବା ବେଳେ ନୂତନ ମୂଲ୍ୟ ଅନୁଯାୟୀ ୫ କି.ଗ୍ରା. ଓଜନର ସିଲିଣ୍ଡର୍‌ ଦର ଏବେ ଟ. ୫୦୨। ଭାରତରେ ‘ଏଲ୍‌ପିଜି’ ସିଲିଣ୍ଡର୍‌ ମୂଲ୍ୟ ନିର୍ଦ୍ଧାରଣ କରୁଥିବା ଦୁଇଟି ମୁଖ୍ୟ କାରଣ ହେଲା ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଏବଂ ବୈଶ୍ୱିକ ସାଧାରଣ ମୂଲ୍ୟ। ଶେଷ ଥର ସେପ୍ଟେମ୍ବର ୧ ତାରିଖରେ ‘ଏଲ୍‌ପିଜି’ ମୂଲ୍ୟ ସିଲିଣ୍ଡର୍‌ପିଛା ଟ. ୨୫ ବୃଦ୍ଧି ପାଇଥିଲା। ଆଜିର ନୂତନ ମୂଲ୍ୟ ହେଉଛି ଗୋଟିଏ ମାସ ମଧ୍ୟରେ ‘ତୈଳ ବିପଣନ କମ୍ପାନୀମାନେ କରିଥିବା ଦ୍ୱିତୀୟ ତଥା ଦୁଇ ମାସରୁ କମ୍‌ ସମୟ ମଧ୍ୟରେ ତୃତୀୟ ଦର ବୃଦ୍ଧି। ଦିଲ୍ଲୀରେ ଅଗଷ୍ଟ ୧୭ ତାରିଖରେ ୧୪.୨ କି.ଗ୍ରା. ସିଲିଣ୍ଡର୍‌ର ଦର ଟ. ୨୫/- ବୃଦ୍ଧି ପାଇ ଟ.୮୫୯.୫ରେ ପହଞ୍ଚିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking