33.1 C
Bhubaneswar
Thursday, April 25, 2024
Homeଖେଳଟି-୨୦ ବିଶ୍ୱ କପ୍‌: ଇଂଲଣ୍ଡ ଟିମ୍‌ରୁ ସାମ୍ କୁରାନ୍ ଆଉଟ୍‌

ଟି-୨୦ ବିଶ୍ୱ କପ୍‌: ଇଂଲଣ୍ଡ ଟିମ୍‌ରୁ ସାମ୍ କୁରାନ୍ ଆଉଟ୍‌

ଲଣ୍ଡନ: ଆଇସିସି ଟି-୨୦ ବିଶ୍ୱକପ୍ ପୂର୍ବରୁ ଇଂଲଣ୍ଡକୁ ଏକ ଧକ୍କା ଲାଗିଛି । ଟିମ୍‌ର ଅଲ୍‌ରାଉଣ୍ଡର୍ ସାମ୍ କରନ୍ ଲୋୟର୍‌-ବ୍ୟାକ୍ ଏନ୍‌ଜୁରୀ କାରଣରୁ ଟିମ୍‌ର ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ତାଙ୍କ ଭାଇ ଟମ୍ କରନ୍‌ଙ୍କୁ ଟିମ୍‌ରେ ସାମିଲ କରାଯାଇଛି । ଏହା ବ୍ୟତୀତ ରିସ୍ ଟପ୍‌ଲେଙ୍କ ରିଜର୍ଭ ଖେଳାଳି ଭାବେ ଟିମ୍‌ରେ ସାମିଲ କରାଯାଇଛି । ସାମ୍ ଓ ଟମ୍ ଏବେ ୟୁଏଇରେ ଆଇପିଏଲ୍ ଖେଳୁଛନ୍ତି । ଚେନ୍ନାଇ ସୁପର କିଙ୍ଗ୍‌ସ ପକ୍ଷରୁ ଖେଳୁଥିବା ସାମ୍ ଶନିବାରର ରାଜସ୍ଥାନ ରୟାଲ୍ ବିପକ୍ଷ ମ୍ୟାଚ୍ ପରେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ । ସ୍କାନ୍ ପରେ ଆଘାତ ଲାଗିଥିବା ଇଂଲଣ୍ଡ ଓ ୱେଲ୍‌ସ କ୍ରିକେଟ୍ ବୋର୍ଡ (ଇସିବି) ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି । ଇସିବି ପକ୍ଷରୁ କୁହାଯାଇଛି, କିଛିଦିନ ମଧ୍ୟରେ ସାମ୍ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ ଏବଂ ତାଙ୍କର ଆହୁରି ସ୍କାନ୍ କରାଯିବ ।

ସପ୍ତାହକ ପରେ ଇସିବି ମେଡିକାଲ୍ ଟିମ୍ ଦ୍ୱାରା ତାଙ୍କ ଆଘାତର ପୂର୍ଣ୍ଣ ସମୀକ୍ଷା କରାଯିବ । ସୂଚନାଯୋଗ୍ୟ, ୟୁଏଇରେ ସାମ୍ ବର୍ତ୍ତମାନ ସୁଦ୍ଧା ଦୁଇଟି ଆଇପିଏଲ୍ ମ୍ୟାଚ୍ ଖେଳିଛନ୍ତି । ସେ ମୋଟ ୮ ଓଭର୍ ବୋଲିଂ କରିଥିଲେ ମଧ୍ୟ ଗୋଟିଏ ବି ୱିକେଟ୍ ପାଇ ନାହାନ୍ତି ଏବଂ ୧୧୧ ରନ୍ ବ୍ୟୟ କରିଛନ୍ତି । ଏବେ ଚେନ୍ନାଇ ସୁପର୍ କିଙ୍ଗ୍‌ସର ଚୂଡ଼ାନ୍ତ ଏକାଦଶରେ ତାଙ୍କ ସ୍ଥାନ ଡ୍ୱେନ୍ ବ୍ରାଭୋ ନେଇସାରିଛନ୍ତି । ତେବେ ସାମ୍ ଦ ହଣ୍ଟ୍ରୋଡ୍ ଟୁର୍ଣ୍ଣାମେଣ୍ଟ୍ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ । ଓଭାଲ୍ ଇନ୍‌ଭିସିବଲ୍ ପକ୍ଷରୁ ୮ଟି ମ୍ୟାଚ୍ ଖେଳି ୧୦ ୱିକେଟ୍ ନେଇଥିଲେ । ଅନ୍ୟପକ୍ଷରେ ଟମ୍ କରନ୍ ବର୍ତ୍ତମାନ ସୁଦ୍ଧା ଆପିଏଲ୍ ଦ୍ୱିତୀୟ ଚରଣରେ ଗୋଟିଏ ବି ମ୍ୟାଚ୍ ଖେଳି ନାହାନ୍ତି । ସେ ରାଜସ୍ଥାନ ରୟାଲ୍ସ ଟିମ୍‌ର ସଦସ୍ୟ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking