37.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶଆଜି ପେଟ୍ରୋଲ୍‌ ଦର ୩୫ ପଇସା ଓ ଡିଜେଲ୍‌ ଦର ୩୮ ପଇସା ବୃଦ୍ଧି

ଆଜି ପେଟ୍ରୋଲ୍‌ ଦର ୩୫ ପଇସା ଓ ଡିଜେଲ୍‌ ଦର ୩୮ ପଇସା ବୃଦ୍ଧି

ନୂଆଦିଲ୍ଲୀ : ଆଜିକୁ ମିଶାଇ କ୍ରମାଗତ ଚାରି ଦିନ ହେବ ଦେଶରେ ଇନ୍ଧନ ଦର ବୃଦ୍ଧି ପାଇ ରେକର୍ଡସ୍ତରରେ ପହଞ୍ଚିଛି। ଗତକାଲି ଠାରୁ ଆଜି ପେଟ୍ରୋଲ୍‌ ୩୫ପଇସା ଏବଂ ଡିଜେଲ୍‌ ୩୮ ପଇସା ବୃଦ୍ଧି ପାଇଛି। ଜାତୀୟ ରାଜଧାନୀ ଅଞ୍ଚଳରେ ଦିଲ୍ଲୀରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୦୮.୯୯ ଓ ଡିଜେଲ୍‌ ଲିଟର୍‌ ପିଛା ଟ. ୯୭.୭୨ରେ ବିକ୍ରୟ ହେଉଛି। ମୁମ୍ବାଇରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୧୪.୮୧ ଥିବା ବଳେ ଡିଜେଲ୍‌ ଲିଟର୍‌ପିଛା ଟ. ୧୦୫.୮୬ରେ ବିକ୍ରୟ ହେଉଛି। ଚେନ୍ନାଇରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୦୫.୭୪ରେ କିଣା ଯାଉଥିବା ବଳେ ଡିଜେଲ୍‌ ଲିଟର୍‌ପିଛା ଟ. ୧୦୧.୯୨ରେ କିଣା ଯାଉଛି। କୋଲ୍‌କାତାରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୦୯.୪୬ ଥିବା ବଳେ ଡିଜେଲ୍‌ ଲିଟର୍‌ପିଛା ଟ. ୧୦୦.୮୪ରେ ବିକ୍ରୟ ହେଉଛି। ଭାରତ ପେଟ୍ରୋଲିୟମ୍‌, ଇଣ୍ଡିଆନ୍‌ ଅଏଲ୍‌ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ସମେତ ତୈଳ ବିପଣନ କମ୍ପାନିମାନଙ୍କଦ୍ୱାରା ଦେଶରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ସଂଶୋଧନ କରାଯାଏ। ସାଧାରଣତଃ, ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ଓ ଟଙ୍କା-ଡଲାର୍‌ ବିନିମୟ ମୂଲ୍ୟକୁ ଆଧାର କରି ଉପରୋକ୍ତ ଇନ୍ଧନ ଦର ଧାର୍ଯ୍ୟ କରାଯାଇଥାଏ। ସୂଚନାଯୋଗ୍ୟ, ପ୍ରତିଦିନ ସକାଳ ୬ଟା ବେଳେ ସଂଶୋଧିତ ଇନ୍ଧନ ମୂଲ୍ୟ ଲାଗୁ କରାଯାଏ। କ୍ଷେତ୍ର ବିଶେଷରେ ‘ଭ୍ୟାଟ୍‌’, ସ୍ଥାନୀୟ ଟିକସ ଏବଂ ପରିବହନ ବ୍ୟୟକୁ ଚାହିଁ ବିଭିନ୍ନ ରାଜ୍ୟ ଓ ସହରଗୁଡ଼ିକରେ ଇନ୍ଧନ ଦରରେ ପାର୍ଥକ୍ୟ ଦେଖା ଦେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking