30.1 C
Bhubaneswar
Thursday, April 25, 2024
Homeଓଡିଶାମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ, ୮ ଆହତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ, ୮ ଆହତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଦେଇ ଯାଇଥିବା ଜାତୀୟ ରାଜପଥ-୨୬ର ବାବାଜୀଗୁଡା ନିକଟରେ ଆଜି ପାହାନ୍ତିଆରେ ଏକ ସ୍କର୍ପିଓ ଗଛକୁ ଧକ୍କା ଦେବା ଫଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ହାଇଦ୍ରାବାଦରେ କାମ କରିବା ପାଇଁ ଏମାନେ ଯାଇଥିଲେ। ଏକ ସ୍କର୍ପିଓରେ ଝାରଖଣ୍ଡ ଫେରିବା ସମୟରେ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଏକ ଆକାଶିଆ ଗଛକୁ ଧକ୍କା ହୋଇଥିଲା। ଗାଡ଼ିରେ ଥିବା ଆଶିଷ କୁମାର ଭାରତୀଙ୍କ ଏଥିରେ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ମଇଦଲପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆହତମାନଙ୍କୁ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking