30.1 C
Bhubaneswar
Friday, April 26, 2024
Homeଓଡିଶାଭୁବନେଶ୍ୱରଅନ୍ୟ ରାଜ୍ୟ ତୁଳନାରେ ଅଧିକ ବିଦ୍ୟୁତ୍ ବିଲ୍ ଦେଉଛନ୍ତି ଓଡ଼ିଶାବାସୀ

ଅନ୍ୟ ରାଜ୍ୟ ତୁଳନାରେ ଅଧିକ ବିଦ୍ୟୁତ୍ ବିଲ୍ ଦେଉଛନ୍ତି ଓଡ଼ିଶାବାସୀ

ଭୁବନେଶ୍ୱର: ମହଙ୍ଗା ଦରକୁ ନେଇ ଚିନ୍ତାରେ ସାଧାରଣ ଲୋକ । ପେଟ୍ରୋଲ-ଡିଜେଲଠାରୁ ଆରମ୍ଭ କରି ବିଦ୍ୟୁତ୍ ବିଲ ବି ବଢ଼ିବାରେ ଲାଗିଛି । ରାଜ୍ୟରେ ଜାତୀୟ ହାରଠାରୁ ମହଙ୍ଗା ହୋଇଛି ବିଦ୍ୟୁତ୍ ବିଲ୍ । କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ପାୱାର ଫାଇନାନ୍ସ ରିପୋର୍ଟରେ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।

ରିପୋର୍ଟ ଅନୁସାରେ, ସର୍ବଭାରତୀୟ ସ୍ତରରେ ଆବଣ୍ଟନ କମ୍ପାନୀଗୁଡ଼ିକ ଉପଭୋକ୍ତାଙ୍କ ଠାରୁ ୟୁନିଟ୍ ପିଛା ହାରାହାରି ୫ ଟଙ୍କା ୧୧ ପଇସା ବିଦ୍ୟୁତ୍ ବିଲିଂ କରୁଛନ୍ତି । ହେଲେ ଓଡ଼ିଶାରେ ଗ୍ରାହକମାନଙ୍କୁ ୟୁନିଟ ପିଛା ୫ ଟଙ୍କା ୨୨ ପଇସା ହିସାବରେ ବିଲ୍ ପ୍ରଦାନ କରାଯାଉଛି ।

ଓଆରସି ଓଡିଶାକୁ ଏକ ବଳକା ରାଜ୍ୟ ଭାବେ ଘୋଷଣା କରିବା ପରେ ମଧ୍ୟ ରାଜ୍ୟବାସୀ ଏକ ସୁଲଭ ଦରରେ ବିଦ୍ୟୁତ୍ ପାଇପାରୁ ନାହାନ୍ତି । ୨୦୧୯-୨୦ ବର୍ଷ ପାଇଁ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ଆବଣ୍ଟନ କମ୍ପାନୀମାନେ ଦେଇଥିବା ତଥ୍ୟକୁ ଆଧାର କରି ପାୱାର ଫାଇନାନ୍ସ କର୍ପୋରେଟର ପକ୍ଷରୁ ଏପରି ରିପୋର୍ଟ ପ୍ରକାଶ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking