30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଆପଣ ପୂର୍ବଜନ୍ମରେ କ’ଣ ଥିଲେ, କ’ଣ କରୁଥିଲେ, ଏହା କ’ଣ ଜାଣିବା ସମ୍ଭବ, ଜାଣନ୍ତୁ ଏହାର...

ଆପଣ ପୂର୍ବଜନ୍ମରେ କ’ଣ ଥିଲେ, କ’ଣ କରୁଥିଲେ, ଏହା କ’ଣ ଜାଣିବା ସମ୍ଭବ, ଜାଣନ୍ତୁ ଏହାର ରହସ୍ୟ ବିଷୟରେ

ନୂଆଦିଲ୍ଲୀ: ଆପଣ ନିଜର ପୂର୍ବଜନ୍ମର କଥା ମନେରଖିଛନ୍ତି କି? ପୂର୍ବଜନ୍ମର କଥା କେହି ବି କହିପାରିବେ ନାହି । ତେବେ ଜ୍ୟୋତିର୍ବିଦ୍ୟା ଆଧାରରେ ପୂନର୍ଜନ୍ମକୁ ନେଇ କିଛିଟା ଅନୁମାନ କରାଯାଏ । ଏଥିପାଇଁ କିଛି ଲକ୍ଷଣ ଉପରେ ଧ୍ୟାନ ଦିଆଯାଏ । କୁହାଯାଏ ଜଣେ ବ୍ୟକ୍ତି ଇଆଡ଼େ ସିଆଡ଼େ ବୁଲି ଶେଷରେ ନିଜ ପରିବାରରେ ହିଁ ଜନ୍ମ ନେଇଥାଏ । ତା’ର ମୂଳ ଅଭ୍ୟାସ ପୂର୍ବ ପରି ରହିଥାଏ ।
ଯେତେବେଳେ ଜଣଙ୍କର ଭାବନାକୁ ମନରେ ନେଇ ଜଣେ ବ୍ୟକ୍ତି ମୃତ୍ୟୁବରଣ କରେ, ସେ ସମୟରେ ଉକ୍ତ ଭାବନା ବା ଇଚ୍ଛାକୁ ପୂର୍ଣ୍ଣ କରିବା ପାଇଁ ସେ ଜନ୍ମ ନେଇଥାଏ । ଜ୍ୟୋତିର୍ବିଦମାନେ ଜଣଙ୍କର କୁଣ୍ଡଳୀ ଦେଖି ପୂର୍ବଜନ୍ମର ରହସ୍ୟ ବିଷୟରେ କହିଥାନ୍ତି । ତେବେ ପୂର୍ବଜନ୍ମ ବିଷୟରେ ଜାଣିବା ଏତେ ସହଜ ନହେଲେ ବି ଅସମ୍ଭବ ନୁହେଁ ।
ଜ୍ୟୋତିର୍ବିଦଙ୍କ ମୁତାବକ, ପୂର୍ବଜନ୍ମର ସିଦ୍ଧାନ୍ତ କ୍ରିୟା-ପ୍ରତିକ୍ରିୟା ଉପରେ ନିର୍ଭର କରିଥାଏ । ମଣିଷ ତା’ ଜୀବନରେ ଯେତେବେଳେ ଗୋଟିଏ କର୍ମ କରିଥାଏ, ତା’ର କର୍ମ ପାଇଁ ସେ ପ୍ରୟାସ କରିଥାଏ । ଏପରି ସ୍ଥିତିରେ ତାକୁ ଯଦି ଫଳ ନ ମିଳେ, ତେବେ ସେ ପୁଣି ଜନ୍ମ ନେଇଥାଏ । ମୃତ୍ୟୁ ପରେ ଯଦି ମଣିଷର କୌଣସି ଇଚ୍ଛା ଲୁକ୍କାୟିତ ଭାବେ ରହିଥାଏ, ତେବେ ତାହାକୁ ପୂରଣ କରିବା ପାଇଁ ତା’ର ପୁନର୍ଜନ୍ମ ହୋଇଥାଏ ।
କୁଣ୍ଡଳୀର ପଞ୍ଚମ ଓ ଅଷ୍ଟମ ଭାଗରେ ପୁନର୍ଜନ୍ମ ବିଷୟରେ ଉଲ୍ଲେଖ କରାଯାଇଛି । ରାହୁ ଓ କେତୁ ରୂପ ପୁନର୍ଜନ୍ମ ରହସ୍ୟ ଉନ୍ମୋଚନ କରିଥାଏ । ସେହିପରି ବୃହସ୍ପତି ଓ ଶନି ପୂର୍ବଜନ୍ମର ଶୁଭ ଓ ଅଶୁଭ କର୍ମ, ଚନ୍ଦ୍ରମା ଜନ୍ମର ତିଥି କହିଥାନ୍ତି । ଆପଣମାନେ ଦେଖିଥିବେ, କିଛି ଶିଶୁ ମାତ୍ର ୫ ବର୍ଷ ବୟସରେ ସଂଗୀତ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥାନ୍ତି । ଏହାର ଅର୍ଥ ହେଉଛି, ସେ ପୂର୍ବ ଜନ୍ମରେ ଜଣେ ସଂଗୀତଜ୍ଞ ଥିଲେ । ସଙ୍ଗୀତ ପ୍ରତି ତାଙ୍କର ଇଚ୍ଛା ଚାପି ହୋଇ ରହିଥିଲା ଓ ସେହି ଇଚ୍ଛାକୁ ପୂରଣ କରିବା ପାଇଁ ସେ ପୁନର୍ଜନ୍ମ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking