24.1 C
Bhubaneswar
Thursday, May 9, 2024
Homeଅପରାଧପୋଲିସକୁ ପିଟିଲେ ଅଞ୍ଚଳବାସୀ

ପୋଲିସକୁ ପିଟିଲେ ଅଞ୍ଚଳବାସୀ

ଭଦ୍ରକ: ସାବରଙ୍ଗ ଥାନାର ତୋରଣାପଦା ଗାଁରେ ଲୋକେ ଆଇନକୁ ହାତକୁ ନେବା ଦେଖିବାକୁ ମିଳିଛି । ଗଣ୍ଡଗୋଳର ତଦନ୍ତ କରିବା ପାଇଁ ଆସିଥିବା ପୋଲିସ କର୍ମଚାରୀଙ୍କ ଉପରେ ଅଞ୍ଚଳବାସୀ କରିଛନ୍ତି ଆକ୍ରମଣ ।

ଘଟଣା ଅନୁଯାୟୀ ଆଞ୍ଚଳିକ ଗଣ୍ଡଗୋଳକୁ ସମାଧାନ କରିବାକୁ ପହଞ୍ଚିଥିଲା ସାଇରଙ୍ଗ ଥାନା ପୋଲିସ । କିନ୍ତୁ ଘଟଣା ସ୍ଥଳରେ ପହଞ୍ଚିବା ମାତ୍ରେ ସେଠାକାର ଲୋକେ ପୋଲିସ କର୍ମଚାରୀମାନଙ୍କ ଉପରେ ହଠାତ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ । ଘଟଣା ସ୍ଥଳରେ ଜଣେ ମହିଳା କନେଷ୍ଟବଳଙ୍କ ସମେତ ୪ ପୋଲିସ କର୍ମଚାରୀ ଉପସ୍ଥିତ ଥିବା ଜଣାପଡ଼ିଛି । ତେବେ ପୋଲିସ କର୍ମଚାରୀମାନଙ୍କୁ ଆଞ୍ଚଳିକ ଲୋକେ ଠେଙ୍ଗାରେ ପିଟିବା ସିସିଟିଭି ଫୁଟେଜ୍‌ର କଏଦ ହୋଇଯାଇଛି । ଯାହାର ଆଧାରରେ ପୋଲିସଙ୍କୁ ଆକ୍ରମଣ ଅଭିଯୋଗରେ ୩ଜଣଙ୍କୁ ଅଟକ ରଖାଯାଇଛି । ଆହତ ପୋଲିସ କର୍ମଚାରୀଙ୍କୁ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking