28.1 C
Bhubaneswar
Saturday, April 27, 2024
Homeଓଡିଶାରାଜ୍ୟର ଆର୍ଥିକ ସ୍ଥିତି ବିଷୟରେ ରାଜ୍ୟବାସୀଙ୍କୁ ଅବଗତ କରାନ୍ତୁ ସରକାର : ନିରଞ୍ଜନ

ରାଜ୍ୟର ଆର୍ଥିକ ସ୍ଥିତି ବିଷୟରେ ରାଜ୍ୟବାସୀଙ୍କୁ ଅବଗତ କରାନ୍ତୁ ସରକାର : ନିରଞ୍ଜନ

ଭୁବନେଶ୍ୱର – ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସବାର୍ତା ମାଧ୍ୟମରେ
ରାଜ୍ୟର ସାଂପ୍ରତିକ ଆର୍ଥିିକ ସ୍ଥିତି ବିଷୟରେ ରାଜ୍ୟବାସୀଙ୍କୁ ଅବଗତ କରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ।
କୋଭିଡ଼ ୍‌କୁ ନେଇ ରାଜ୍ୟ ସରକାର ଆର୍ଥିକ ଶୃଙ୍ଖଳା ନାମରେ ଯେଉଁ ବିଭିନ୍ନ ଆର୍ଥିକ କଟକଣା ଯାରି କରିଛନ୍ତି ସେଥିରୁ
ସ୍ୱଭାବିକ ଭାବରେ ସନ୍ଦେହ ହେଉଛି ଯେ ରାଜ୍ୟର ବର୍ତମାନ ଆର୍ଥିକ ସ୍ଥିତି ଭଲ ନାହିଁ । ତେବେ ଦୀର୍ଘ ୨୦ବର୍ଷ ଧରି
କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ଯିଏକି ରାଜ୍ୟର ଅର୍ଥନୀତିକୁ ସଶକ୍ତ ଓ ସଦୃଢ଼ କରିଥିବା ନେଇ ସବୁବେଳେ ଦାବୀ
କରୁଥିଲେ, ମାତ୍ର ୩ମାସର କୋଭିଡ୍ କଟକଣାରେ ଆର୍ଥିକ ସ୍ଥିତି ଦୋହଲିଯିବା ପରୋକ୍ଷରେ ସୂଚାଇ ଦେଉଛି ଯେ ଦୀର୍ଘ
ମିଆଦି ଯୋଜନାର ସଂକଟ ଏବଂ କର୍ମନିଯୁକ୍ତି ସୃଷ୍ଟି କରିବାର ବିଫଳତା ଏଥିପାଇଁ ଦାୟି । କେବଳ ସରକାରୀ ନିଯୁକ୍ତି
ପ୍ରକ୍ରିୟା ବନ୍ଦ କରିଦେଲେ ଆର୍ଥିକ ଶୃଙ୍ଖଳା ଆସିବ ଏକଥା ଭାବିବା ଭୁଲ୍ । ପ୍ରଥମେ ରାଜ୍ୟ ଆପାତକାଳିନ ପାଣ୍ଠିରୁ ଟଙ୍କା
ନେଇ ‘କାଳିଆ’ ଯୋଜନା ଆରମ୍ଭ କରାଗଲା ଏବଂ ନିର୍ବାଚନକୁ ଆଖିଆଗରେ ରଖି ହୋଇଥିବା ଯୋଜନା ଯୋଗୁଁ ପାଣ୍ଠି
ଅଭାବରୁ ବର୍ତମାନ କେନ୍ଦ୍ରିୟ କିଶାନ ସମ୍ମାନନିଧି ଯୋଜନାରେ ମିଶାଇ ଦିଆଗଲା । ପିଠା ଓ ଏଲଇଡି ବଲ ବାଂଟିବା ଭଳି
ସସ୍ଥା ଲୋକପ୍ରିୟତା ଏବଂ ନିର୍ବାଚନ କୈନ୍ଦ୍ରିକ ଯୋଜନା ହେତୁ ଆଜି ଅର୍ଥ ବ୍ୟବସ୍ଥାର ବିକଳ ଚିତ୍ର ସାମନାକୁ ଆସିଛି ଓ
ରାଜ୍ୟ ଆର୍ଥିକ ଦୃଷ୍ଟିରୁ ଏକ ସଂକଟମୟ ପରିସ୍ଥିତି ଭିତରକୁ ଠେଲି ହୋଇଯାଇଛି । ପରିସଂଖ୍ୟାନ ଦେଖିଲେ ଜଣାଯାଏଯେ
ରାଜ୍ୟରେ ମାସକୁ ଦରମା ବାବଦକୁ ୨୨୦୦ କୋଟି, ପେନସନ୍ ବାବଦକୁ ୧୩୦୦ କୋଟି, ଋଣଜନିତ ସୁଧ ପାଇଁ
୫୫୦ କୋଟି ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ବାବଦକୁ ୪୦୦ କୋଟି ଟଙ୍କା ଖର୍ଚ୍ଚ ହୁଏ । ସରକାର ସାଧାରଣତଃ ବର୍ଷକୁ ଟିକସ
ବାବଦରେ ୩୩୦୦୦ କୋଟି ଓ ଅଣଟିକସ ବାବଦରେ ୧୨୫୦୦ କୋଟି ଟଙ୍କା ପାଇଥାନ୍ତି । କେନ୍ଦ୍ର ଅର୍ଥ ଆୟୋଗଙ୍କ
ସୁପାରିଶ ଓ ଜିଏଷ୍ଟି ଅଂଶ ବାବଦକୁ ୩୯୨୦୭ କୋଟି ଏବଂ ବିଭିନ୍ନ ଯୋଜନା ପାଇଁ କେନ୍ଦ୍ରିୟ ସହାୟତା ଭାବରେ ରାଜ୍ୟ
ସରକାର ୩୦୫୫୯ କୋଟି ଟଙ୍କା ପାଇଥାନ୍ତି । ଯେହେତୁ କୋଇଲା ରୟାଲଟି ବୃଦ୍ଧି ବିଗତ ୪ବର୍ଷ ଧରି କରାଯାଇ ନାହିଁ
ତେଣୁ ସେ ବାବଦରେ କିଛି ଅଧିକ ଅର୍ଥ ଆଶାକରିବା ବୃଥା । ରାଜ୍ୟ ସରକାର ୨୦୦୪ ମସିହାରେ ନିଷ୍ପତି କରିଥିଲେ
ଯେ ଖାଲିଥିବା ସରକାରୀ ଚାକିରୀରେ ଅତି କମ୍‌ରେ ୨୫% ପଦବୀ ପୂରଣ କରାଯିବ । କିନ୍ତୁ ଦୁର୍ଭାଗ୍ୟର କଥା ସରକାରୀ
ପଦବୀ ପୂରଣ କରିବା ବଦଳରେ ଠିକା କର୍ମଚାରୀଙ୍କୁ ନିୟୋଜିତ କରିଦିଆଗଲା । ଏ ସନ୍ଦର୍ଭରେ ପିସିସି ସଭାପତି ଶ୍ରୀଯୁକ୍ତ
ପଟ୍ଟନାୟକ ରାଜ୍ୟ ସରକାରଙ୍କୁ କିଛି ଗଠନମୂଳକ ଉପଦେଶ ଦେଇ କହିଛନ୍ତି ଯେ:-
 କେଉଁ ବିଭାଗରେ କେତେ ନିର୍ଦ୍ଦିଷ୍ଟ ସଂଖ୍ୟକ ପଦବୀ ପୂରଣ ହେବାର ଆବଶ୍ୟକତା ଅଛି ତାକୁ ଅନୁଧ୍ୟାନ କରାଯାଇ
ଅବିଳମ୍ବେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଉ ।
 ଓଡ଼ିଶାରେ ମହାରାଷ୍ଟ୍ର ଓ ହରିୟାନା ଢ଼ାଂଚାରେ ଘରୋଇ କ୍ଷେତ୍ରରେ ସ୍ଥାନୀୟ ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କ
ପାଇଁ ୮୦ରୁ ୮୫% ଚାକିରୀ ସଂରକ୍ଷଣ ରହୁ । ମଦରୁ ଟିକସ ହାସ ନେଇ ସରକାର ଯେତିକି ଦୃଢ଼ମନା ସେତିକି
ଇଛାଶକ୍ତି ଦେଖାଇଲେ ଘରୋଇ କ୍ଷେତ୍ରରେ ଚାକିରୀ ସଂରଣକ୍ଷ ନେଇ ଏକ ଭଲ ନିଷ୍ପତି ଆସିବା ନେଇ ଆମେ
ଆଶାବାଦୀ ।
 କୋଭିଡ୍ ପ୍ରରୀପ୍ରେକ୍ଷୀରେ ରୋଜଗାର ହରାଇଥିବା ବିଭିନ୍ନ ବର୍ଗ ଯଥା ଶ୍ରମଜୀବୀ, ଚାଷୀ, କ୍ଷ୍ୟୁଦ୍ର ବ୍ୟବସାୟୀ
ପ୍ରଭୃତିଙ୍କୁ ମାସକୁ ୭୫୦୦ ଟଙ୍କା ଲେଖାଏଁ ଆଗାମୀ ୬ମାସ ପର୍ଯ୍ୟନ୍ତ ଦିଆଯାଉ ।
 ରୋଜଗାର ନଥିବା ହେତୁ ରାଜ୍ୟର ସହରାଂଚଳ ଓ ଗ୍ରାମାଂଚଳରେ ବସବାସ କରୁଥିବା ପ୍ରତ୍ୟେକ ଗରିବ ଓ ମଧ୍ୟବିତ
ଶ୍ରେଣୀର ଲୋକଙ୍କୁ ଏବର୍ଷର ବ୍ୟକ୍ତିଗତ ଟିକସ୍ ପ୍ରଦାନରୁ ସରକାର ରିହାତି ଦିଅନ୍ତୁ ।
ଉପରୋକ୍ତ ବିଷୟ ଗୁଡ଼ିକୁ ସରକାର ଗମ୍ଭିରତାର ସହ ଗ୍ରହଣ କରିବା ସହିତ ଉପଯୁକ୍ତ ଧ୍ୟାନ ଦେବେ ବୋଲି ଶ୍ରୀ
ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking