39.1 C
Bhubaneswar
Friday, April 26, 2024
Homeଓଡିଶାପଞ୍ଚାୟତ ଓ ବ୍ଲକରୁ ସମ୍ପୂର୍ଣ୍ଣ ହଟିବ ପିସି କାରବାର

ପଞ୍ଚାୟତ ଓ ବ୍ଲକରୁ ସମ୍ପୂର୍ଣ୍ଣ ହଟିବ ପିସି କାରବାର

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ବିଜେପି ଜାରି କରିଛି ଇସ୍ତାହାର । ବିଜେପି ସଭାପତି ସମୀର ମହାନ୍ତି ଓ ଅନ୍ୟ ବରିଷ୍ଠ ନେତୃବନ୍ଦଙ୍କ ଉପସ୍ଥିତିରେ ଇସ୍ତାହାର ପତ୍ର ଉନ୍ମୋଚିତ କରାଯାଇଛି । ପଂଚାୟତା ଗ୍ରାମସଭା, ପଲ୍ଲୀ ସଭା ଆଦି ହେବ । କେନ୍ଦ୍ର ପଠାଉଥିବା ଟଙ୍କା ତୃଣମୂଳ ସ୍ତରରେ ସଠିକ୍ ଭାବେ ବିନିଯୋଗ ହେଉଛି କି ନାହିଁ, ତାହା ଜଗିବ ବିଜେପି । ପଞ୍ଚାୟତସ୍ତରରେ ବିଜେଡି ନେତା ଏହି ଟଙ୍କା ଲୁଟ୍ କରୁଥିବା ନେଇ ବିଜେପି ଅଭିଯୋଗ ଆଣିଛି।

ପଞ୍ଚାୟତ ବ୍ଲକରୁ ପିସି କାରବାରରେ ପୂର୍ଣ୍ଣଚ୍ଛେଦ ପଡିବ । ପ୍ରତି ଗାଁରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ପ୍ରତି ଘରକୁ ବିଜୁଳି ଓ ରନ୍ଧନ ଗ୍ୟାସ ସଂଯୋଗ ଦିଆଯିବ । ବିକାଶ ନାଁରେ ଠିକଦାର ସାଜି ବିଜେଡି ଦ୍ୱାରା କରାଯାଉଥିବା ଅର୍ଥଲୁଟକୁ ଏଣିକି ପ୍ରଶୟ ଦେବନି ବିଜେପି ବୋଲି ଇସ୍ତାହାର ପତ୍ରରେ କହିଛି । ରାଜ୍ୟରେ ମଣ୍ଡି ବ୍ୟବସ୍ଥାକୁ ସୁଦୃଢ କରାଯିବ ସହ ମହିଳା ସଶକ୍ତିକରଣ ଉପରେ ଧ୍ୟାନ ଦିଆଯିବ । ସେହିପରି ପ୍ରତ୍ୟେକ ପଂଚାୟତରେ ମହିଳାଙ୍କ ଦ୍ୱାରା ଉତ୍ପାଦିତ ଜିନିଷକୁ ବଜାରରେ ବିକ୍ରି କରାଯିବ ।

ଷ୍ଟ୍ରିଟ୍ ଲାଇଟ୍, ବର୍ଜ୍ୟ ବସ୍ତୁ ପରିଚାଳନ ଉପରେ ନିର୍ବାଚନୀ ଇସ୍ତାହାରରେ ବିଜେପି ଜୋର ଦେଇଛି । ମନେରଗାରେ ମେସିନ ନୁହେଁ ଶ୍ରମିକମାନେ କାମ କରିବେ ଓ ନିର୍ଦ୍ଧାରିତ ମଜୁରୀ ମିଳୁଛି କି ନାହିଁ ତାହା ସୁନିଶ୍ଚିତ କରିବ ବିଜେପି । ରାଜ୍ୟରେ ନିୟମ ଉଲ୍ଲଂଘନ ସହ ଖୋଲୁଥିବା ଶହ ଶହ ମଦ ଦୋକାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ଦଳ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking