30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଟଙ୍କା ଅଭାବରୁ ଶିଶୁକୁ ବିକ୍ରି କଲେ ବାପା-ମା’

ଟଙ୍କା ଅଭାବରୁ ଶିଶୁକୁ ବିକ୍ରି କଲେ ବାପା-ମା’

ମୁମ୍ବାଇ: ସନ୍ତାନ ପାଇଁ ସବୁଠୁ ଯିଏ ସୁରକ୍ଷିତ, ସେ ହେଉଛନ୍ତି ପିତାମାତା । ବାପାମାଆ ଯେକୌଣସି ପରିସ୍ଥିତିରେ ବି ନିଜ ସନ୍ତାନର ମଙ୍ଗଳ କାମନା କରନ୍ତି । ହେଲେ ଏବେ ସମୟ ବଦଳିବା ସାଙ୍ଗକୁ ସମ୍ପର୍କର ମୂଲ୍ୟ ବି ଯେପରି ହଜିଯାଉଛି । ମହାରାଷ୍ଟ୍ର ଅନ୍ଧେରି ଅଞ୍ଚଳରେ ଏଭଳି କିଛି ଘଟଣା ଘଟିଛି। ଯେଉଁଠି ଡ୍ରଗ୍ସ ପାଇଁ ଟଙ୍କା ଅଭାବରୁ ନିଜ ସନ୍ତାନକୁ ବିକ୍ରି କରିବାକୁ ପଛାଇ ନାହାନ୍ତି ଦମ୍ପତି । ୨ ବର୍ଷର ପୁଅକୁ ୬୦ହଜାର ଓ ନବଜାତ ଶିଶୁକନ୍ୟାକୁ ୧୪ ହଜାର ଟଙ୍କାରେ ବିକ୍ରି କରିଥିବା ସୂଚନା ମିଳିଛି । ଏନେଇ ଡିଏନ ନଗର ପୋଲିସ ଷ୍ଟେସନରେ ଗତ ବୁଧବାର ରାତିରେ ମାମଲା ରୁଜୁ ହୋଇଛି । ପୋଲିସ ଷ୍ଟେସନରେ ଅଭିଯୋଗ ହେବା ପରେ ପିତାମାତାଙ୍କ ସମେତ ଜଣଙ୍କୁ ପୋଲିସ ଗିରଫ କରିଛି ।

ଏନେଇ ଡିସିପି ରାଜ ତିଳକ ରୌଶନ କହିଛନ୍ତି, ଏ ସମ୍ପର୍କରେ ଅଭିଯୁକ୍ତ ପିତାମାତାଙ୍କ ସମ୍ପର୍କୀୟ ଖୁଲାସା କରିଛନ୍ତି । ସମ୍ପର୍କୀୟଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିଛି । ଏହି ଘଟଣାରେ ଶବିର ସମଶେର ଖାନ, ସାନିଆ ଶବିର ଖାନ, ଉଷା ରାଥୋଡ ଓ ଶକିଲ ମକ୍ରାନିଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି । ଏହି ୪ ଅଭିଯୁକ୍ତଙ୍କ ମଧ୍ୟରୁ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଅଭିଯୋଗକାରୀ ମହିଳା ଜଣକ ବାନ୍ଦ୍ରାରେ ରହିଥାନ୍ତି । ଅଭିଯୁକ୍ତ ଶବିର ତାଙ୍କ ଭାଇ ଓ ସନିଆ ହେଉଛନ୍ତି ଶବିରଙ୍କ ପତ୍ନୀ ବୋଲି ଜଣାପଡ଼ିଛି । ଉଭୟ ଡ୍ରଗ୍ସ ସେବନ କରନ୍ତି । ଅଭିଯୋଗକାରୀ ମହିଳାଙ୍କ କହିବାନୁସାରେ ଏହି ଦମ୍ପତିଙ୍କ ୨ଟି ସନ୍ତାନ ଥିଲେ । ଗୋଟିଏ ୪ ବର୍ଷର ପୁଅ ଓ ୨ ବର୍ଷର ଝିଅ ଥିଲେ ।

ଗତ ଅକ୍ଟୋବର ୫ ତାରିଖରେ ଉଭୟ ତାଙ୍କ ନିକଟକୁ ଯାଇଥିଲେ । ହେଲେ ମହିଳା ଜଣକ ସାଥୀରେ ୨ ସନ୍ତାନଙ୍କୁ ଦେଖିବାକୁ ପାଇନଥିଲେ । ଆଉ ଯେତେବେଳେ ମହିଳା ଜଣକ ପୁଅଝିଅ ସମ୍ପର୍କରେ ପଚାରିଲେ ସେତେବେଳେ ଦମ୍ପତି ଭିନ୍ନ ଭିନ୍ନ ଉତ୍ତର ରଖିଥିଲେ । ତଦନ୍ତ ବେଳେ ଜଣାପଡ଼ିଛି ଯେ ଅଭିଯୁକ୍ତ ମାଆ ନିଜ ବଡ଼ ଭଉଣୀ ଊଷା ରାଥୋଡ଼ର ସହାୟତାରେ ବଡ଼ପୁଅକୁ ୬୦ ହଜାର ଟଙ୍କାରେ କେହି ଅଜଣା ବ୍ୟକ୍ତିକୁ ବିକ୍ରି କରିଥିଲେ । ଊଷାଙ୍କୁ କମିଶନ ବାବଦରେ ୧୦ ହଜାର ଟଙ୍କା ମିଳିଥିଲା । ଏହାପରେ ନବଜାତକୁ ଡିଏନ ନଗରର ଜଣେ ଅଧିବାସୀଙ୍କୁ ୧୪ ହଜାର ଟଙ୍କାରେ ବିକ୍ରି କରାଯାଇଥିଲା । ତଦନ୍ତ ବେଳେ ପୋଲିସ ଏ ସମ୍ପର୍କରେ ଜାଣିବା ପରେ ପ୍ରଥମେ ୩ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଅଭିଯୁକ୍ତ ପିତା ଶବିର ଖାନ, ମାଆ ସାନିଆ ଖାନ ଓ ସହଯୋଗୀ ଶକିଲ ମକ୍ରାନିଙ୍କୁ ଗିରଫ କରିଛି । ସେପଟେ ବଡ଼ ଭଉଣୀ ଊଷା ଏଯାବତ ଫେରାର ଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking