26.1 C
Bhubaneswar
Tuesday, May 7, 2024
Homeଖେଳପାରାମାଉଣ୍ଟ୍ ଅଣ୍ଡର୍‌-୧୯ ପ୍ରିମିୟର୍ ଲିଗ : ୱାରିୟର୍ସକୁ ହରାଇ ପାରାମାଉଣ୍ଟ୍ ସ୍ପୋର୍ଟିଂ ଚାମ୍ପିଅନ୍

ପାରାମାଉଣ୍ଟ୍ ଅଣ୍ଡର୍‌-୧୯ ପ୍ରିମିୟର୍ ଲିଗ : ୱାରିୟର୍ସକୁ ହରାଇ ପାରାମାଉଣ୍ଟ୍ ସ୍ପୋର୍ଟିଂ ଚାମ୍ପିଅନ୍

ଭୁବନେଶ୍ୱର: ପାରାମାଉଣ୍ଟ୍ ଗ୍ରାଉଣ୍ଡ୍‌ରେ ଆୟୋଜିତ ପାରାମାଉଣ୍ଟ୍ ଅଣ୍ଡର୍‌-୧୯ ପ୍ରିମିୟର୍ ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍‌ରେ ଭୁବନେଶ୍ୱର ୱାରିୟର୍ସକୁ ୬ ରନ୍‌ରେ ହରାଇ ପାରାମାଉଣ୍ଟ୍ ସ୍ପୋର୍ଟିଂ ଚାମ୍ପିଅନ୍ ହୋଇଛି । ବୁଧବାର ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ପାରାମାଉଣ୍ଟ୍ ସ୍ପୋର୍ଟିଂ ଆଶୁତୋଷ ସାହୁଙ୍କ ୯୫ ଏବଂ ସୁଦର୍ଶନ ସ୍ୱାଇଁଙ୍କ ୬୧ ରନ୍ ସହାୟତାରେ ନିର୍ଦ୍ଧାରିତ ୫୦ ଓଭର୍‌ରେ ୯ ୱିକେଟ୍ ହରାଇ ୨୩୨ ରନ୍ କରିଥିଲା । ଜବାବରେ ଭୁବନେଶ୍ୱର ୱାରିୟର୍ସ ୪୮.୨ ଓଭର୍‌ରେ ୨୨୬ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା ।
ଟସ୍ ଜିତି ବ୍ୟାଟିଂ ନେଇଥିବା ପାରାମାଉଣ୍ଟ୍ ଖାତା ଖୋଲିବା ପୂର୍ବରୁ ଓପ୍ନର୍ ଅଂଶୁମାନ ସାହୁଙ୍କ ୱିକେଟ୍ ହରାଇଥିଲା ।

ଏହାପରେ ଆଶୁତୋଷ ଓ ସୁଦର୍ଶନ ଦ୍ୱିତୀୟ ୱିକେଟ୍ ପାଇଁ ୧୦୯ ରନ୍ ପାର୍ଟନରଶିପ୍ କରି ଏକ ବଡ଼ ସ୍କୋର୍‌ର ମୂଳଦୁଆ ରଖିଥିଲେ । ଆଶୁତୋଷଙ୍କ ୧୩୬ ବଲ୍‌ର ଇନିଂସ୍‌ରେ ୧୩ ଚୌକା ଓ ଗୋଟିଏ ଛକା ସାମିଲ ଥିବାବେଳେ ସୁଦର୍ଶନ ୮୦ ବଲ୍‌ରେ ୭ଟି ଚୌକା ଓ ଦୁଇଟି ଚୌକା ଲଗାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୟଦ୍ ଅହମ୍ମଦ ୧୭ ରନ୍ କରିଥିଲେ । ୱାରିୟର୍ସ ପକ୍ଷରୁ ସୌଭାଗ୍ୟ ବେହେରା ସର୍ବାଧିକ ୫ଟି ଓ ବିକାଶ ହେମ୍ବ୍ରମ୍ ୩ଟି ୱିକେଟ୍ ନେଇଥିଲେ । ୨୩୩ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା ଭୁବନେଶ୍ୱର ୱାରିୟର୍ସ ପକ୍ଷରୁ ଦୁଇ ଓପ୍ନର୍ ଜନ୍ମେଜୟ ସାହୁ (୩୯) ଓ ଅଭିଷେକ ମହନ୍ତ (୩୫) ପ୍ରଥମ ୱିକେଟ୍ ପାଇଁ ୬୯ ରନ୍ ଯୋଗକରି ଭଲ ଆରମ୍ଭ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଭବ୍ୟଜ୍ୟୋତି ବିଶୋୟୀ (୫୦) ଓ ସୌଭାଗ୍ୟ ବେହେରା (୬୬) ଉନ୍ନତ ବ୍ୟାଟିଂ କରି ଟିମ୍‌ର ବିଜୟ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଅନ୍ୟ ବ୍ୟାଟ୍ସମ୍ୟାନ୍‌ଙ୍କ ସହଯୋଗ ଅଭାବରୁ ଟିମ୍ ୪୮.୨ ଓଭର୍‌ରେ ମାତ୍ର ୨୨୬ ରନ୍‌ରେ ସୀମିତ ହୋଇଯାଇଥିଲା । ପାରାମାଉଣ୍ଟ୍ ପକ୍ଷରୁ ଏସ୍‌କେ ନକିବ୍ ସର୍‌ବର୍ ସର୍ବାଧିକ ୪ଟି ଏବଂ ସ୍ୱୟମ୍ ସାର୍ଥକ ରାଉତରାୟ ଓ ପ୍ରତ୍ୟୁଷ ସାହୁ ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ । ଆଶୁତୋଷଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ଅଂଶୁମାନ ସାହୁଙ୍କୁ ବେଷ୍ଟ୍ ଫିଲ୍ଡର୍ ଭାବେ ପୁରସ୍କୃତ କରାଯାଇଥିଲା ।

ସେହିପରି ସୁଦର୍ଶନ ସ୍ୱାଇଁ ମ୍ୟାନ୍ ଅଫ୍ ଦି ସିରିଜ୍‌, ଅଭିଷେକ ମହନ୍ତ ବେଷ୍ଟ ବ୍ୟାଟ୍ସମ୍ୟାନ୍‌, ସୌଭାଗ୍ୟ ଶେଖର ବେହେରା ବେଷ୍ଟ ଅଲ୍‌ରାଉଣ୍ଡର୍‌, ସେକ୍ ଆର୍‌ଜୁ ଅଲୀ ବେଷ୍ଟ ୱିକେଟ୍‌କିପର୍ ପୁରସ୍କାର ଜିତିଥିଲେ । ଫାଇନାଲ୍ ମ୍ୟାଚ୍‌କୁ ପ୍ରଦୀନ ଜେନା ଓ ସୁଶାନ୍ତ ଦାଶ ପରିଚାଳନା କରିଥିବା ବେଳେ ରଶ୍ମିରଞ୍ଜନ ମଲ୍ଲ ସ୍କୋରର୍ ଥିଲେ । ପ୍ରତାପ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ଭୁବନେଶ୍ୱର ଆଥ୍‌ଲେଟିକ୍ ଆସୋସିଏସନ୍ ସମ୍ପାଦକ ସୌର୍ଯ୍ୟରଞ୍ଜନ ପରିଜା ମୁଖ୍ୟଅତିଥି, ଓଡ଼ିଶା ବାର୍ ଆସୋସିଏସନ୍‌ର ପୂର୍ବତନ ଅଧ୍ୟକ୍ଷ ମାନସ ରଞ୍ଜନ ମହାପାତ୍ର ଓ ପାରାମାଉଣ୍ଟ ସ୍ପୋର୍ଟିଂର ମୁଖ୍ୟ ଉପଦେଷ୍ଟା କୃଷ୍ଣଚନ୍ଦ୍ର ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ । କ୍ଲବ୍‌ର ସମ୍ପାଦକ ଅଶୋକ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking