36.1 C
Bhubaneswar
Sunday, May 19, 2024
Homeଅପରାଧଫାଙ୍କା ଗୁଳି ଚଳାଇ ୫ ଲକ୍ଷ ଲୁଟିନେଲେ

ଫାଙ୍କା ଗୁଳି ଚଳାଇ ୫ ଲକ୍ଷ ଲୁଟିନେଲେ

ବେଗୁନିଆ : ୨ ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଦୁର୍ବୃତ୍ତ ୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍ ଲୁଟି ନେଇଛନ୍ତି । ଲୁଟ୍ ସମୟରେ ବାଇକ୍‌ରୁ ଖସିପଡ଼ି ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ଘଟଣା ଘଟିଛି ୫୭ ନମ୍ବର ଜାତୀୟ ରାଜପଥର ବାଘମାରି ଥାନା ଅନ୍ତର୍ଗତ ବାମଡ଼ିହ ଛକରେ। ପୁଲିସ ଘଟଣା ସ୍ଥଳରେ ପହଞ୍ôଚ ତନାଘନା ଆରମ୍ଭ କରିଥିବା ଜଣାପଡ଼ିଛି । ସୂଚନା ମୁତାବକ ଖୋର୍ଦ୍ଧାସ୍ଥିତ ମଡର୍ଣ୍ଣ ଫଟିଲାଇଜରର ଦୁଇ କର୍ମଚାରୀ ଉମାକାନ୍ତ ହୋତା ଏବଂ ବିଜୟ ଦାଶ ନୟାଗଡ଼ ସମେତ ଆଖପାଖ ଅଞ୍ଚଳରୁ ଟଙ୍କା କଲେକ୍ସନ କରି ଖୋର୍ଦ୍ଧା ଅଭିମୁଖେ ଓଆର ୨୫ ସି ୫୮୨୫ ନମ୍ବର ବାଇକ୍‌ରେ ଫେରୁଥିଲେ । ଏହି ସମୟରେ ତାଙ୍କୁ ପିଛା କରୁଥିବା ଦୁଇ ଦୁର୍ବୃତ୍ତ ଏକ କଳା ପଲସରରେ ଆସି ବେଗୁନିଆ- ବାଘମାରୀ ମଧ୍ୟରେ ଥିବା ବାମଡ଼ିହ ଛକଠାରେ ଅଟକାଇ ଥିଲେ ।

କର୍ମଚାରୀ ଦୁହେଁ କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚଳାଇଥିଲେ । ଗୁଳି ଚାଳନାରେ ଦୁଇ କର୍ମଚାରୀ ଭୟଭୀତ ହୋଇପଡ଼ିଥିଲେ । ଦୁର୍ବୃତ୍ତ ଟଙ୍କା ଭର୍ତ୍ତି ବ୍ୟାଗକୁ ଛଡ଼ାଇ ନେବାକୁ ଉଦ୍ୟମ କରିବା ବେଳେ ଉଭୟଙ୍କ ମଧ୍ୟରେ ଟଣାଓଟରାରେ ହୋଇଥିଲା। ଏଥିରେ ବାଇକ ଚଳାଉଥିବା କର୍ମଚାରୀ ଉମାକାନ୍ତ ବାଇକ ସହିତ ରାସ୍ତା କଡ଼ରେ ଥିବା ନଇରେ ପଶି ଯାଇଥିଲେ ।

ଦୁର୍ବୃତ୍ତ ଟଙ୍କା ଭର୍ତ୍ତି ବ୍ୟାଗ ଛଡ଼ାଇ ନେଇ ଖୋର୍ଦ୍ଧା ଅଭିମୁଖେ କ୍ଷୀପ୍ର ଗତିରେ ଚାଲିଯାଇଥିଲେ । ରାସ୍ତାରେ ଯାଉଥିବା ଲୋକେ କର୍ମଚାରୀ ଉମାକାନ୍ତ ହୋତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ଖୋର୍ଦ୍ଧା ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ । ଖବର ପାଇ ବାଘମାରୀ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଲୋକଙ୍କ ସହାୟତାରେ ପାଣିରୁ ବାଇକକୁ ଉଦ୍ଧାର କରି ଥାନାକୁ ନେଇଥିଲେ । ଆଖପାଖ ଥାନାକୁ ଖବର ଦେଇ ବିଭିନ୍ନ ରାସ୍ତାକୁ ସିଲ୍ କରି ବିଜୟ ଦାଶଙ୍କୁ ସାଙ୍ଗରେ ଧରି ପୁଲିସ ତଦନ୍ତ ଚଳାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking