26.1 C
Bhubaneswar
Friday, May 10, 2024
Homeଓଡିଶାରାଜନୀତିରେ ମିଛ ଓ ଗୁଜବ ସବୁଠୁ ଖରାପ: ମୁଖ୍ୟମନ୍ତ୍ରୀ

ରାଜନୀତିରେ ମିଛ ଓ ଗୁଜବ ସବୁଠୁ ଖରାପ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଜେପି ସହିତ ମେଣ୍ଟ ନେଇ ଛକାପଞ୍ଝା ଭିତରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ମଧ୍ୟରେ ଗୋଟିଏ ୧୩ ସେକେଣ୍ଡର ବାର୍ତ୍ତାଳାପ ସାମ୍ନାକୁ ଆସିଛି। ଏହି ଭିଡିଓରେ ନା ମୁଖ୍ୟମନ୍ତ୍ରୀ କାହାର ନାଁ ନେଇଛନ୍ତି ନା ଶ୍ରୀ ପାଣ୍ଡିଆନ। କିନ୍ତୁ ରାଜନୈତିକ ମହଲ ଏଥିରୁ ଯେଉଁ ଗନ୍ଧ ବାରୁଛନ୍ତି, ତାହା ହେଲା- ମେଣ୍ଟ ଆଲୋଚନା ନେଇ ରାଜ୍ୟ ବିଜେପି ସଭାପତି ଏବଂ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ଏହି ଭିଡିଓ ସେମାନଙ୍କ ଉଦ୍ଦେଶ୍ୟରେ ହିଁ ଉଦ୍ଦିଷ୍ଟ।

ଅର୍ଥାତ୍ ମେଣ୍ଟ ପ୍ରସଙ୍ଗରେ ଆଲୋଚନା ହୋଇନାହିଁ ବା ବିଜେପି ଏକାକୀ ଲଢ଼ିବ ବୋଲି ଯେଉଁ କଥା ବିଜେପି ନେତାମାନେ ଦାବି କରିଛନ୍ତି, ତାହା ଅସତ୍ୟ ବା ଗୁଜବ ବୋଲି ଉଭୟ ନେତା ଜଣାଇବାକୁ ବୋଧହୁଏ ଚାହିଁଛନ୍ତି। ରାଜନୈତିକ ମହଲ ଏହି କଥାରୁ ଆଉ ପାଦେ ଆଗକୁ ଯାଇ କହୁଛନ୍ତି ଯେ ବିଜେଡି-ବିଜେପି ମେଣ୍ଟ ନେଇ ଗତକାଲିର ସ୍ଥିତି ଯାହା ଥିଲା, ତାହା ଆଜି ବି ବଳବତ୍ତର ରହିଛି। ସୁତରାଂ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ହିଁ ମେଣ୍ଟର ଭାଗ୍ୟ ଝୁଲୁଛି।

ଶନିବାର ସନ୍ଧ୍ୟାରେ ସୋସିଆଲ୍ ମିଡିଆ ଇନ୍‌ଷ୍ଟ୍ରାଗ୍ରାମ୍‌ ପେଜ୍‌ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଶ୍ରୀ ପାଣ୍ଡିଆନ। ଏହି ଭିଡିଓରେ ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛନ୍ତି ଯେ ରାଜନୀତିରେ ସବୁଠୁ ଖରାପ ଜିନିଷ କ’ଣ?ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହୁଛନ୍ତି, ରାଜନୀତିରେ ସବୁଠୁ ଖରାପ ହେଉଛି ଗୁଜବ ଓ ମିଛକଥା। ହଠାତ୍ ଏଭଳି ଗୋଟିଏ ଭିଡିଓ ରାଜ୍ୟ ରାଜନୀତିରେ ରୋଚକ ସ୍ଥିତି ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking