42.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଗୋଆର ପ୍ରଥମ ମହିଳା ଭାବେ ଲୋକସଭା ନିର୍ବାଚନ ଲଢିବେ ପଲ୍ଲବି; ଟିକେଟ ଦେଲା ବିଜେପି

ଗୋଆର ପ୍ରଥମ ମହିଳା ଭାବେ ଲୋକସଭା ନିର୍ବାଚନ ଲଢିବେ ପଲ୍ଲବି; ଟିକେଟ ଦେଲା ବିଜେପି

ପଣଜୀ: ଗୋଆରେ ପ୍ରଥମ ଥର ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେଇଛି ବିଜେପି। ଡେମ୍ପୋ ଇଣ୍ଡଷ୍ଟ୍ରିଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଲ୍ଲବି ଡେମ୍ପୋ ଗୋଆରୁ ବିଜେପି ପ୍ରାର୍ଥୀ ଭାବରେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ସାଧାରଣ ନିର୍ବାଚନ ପାଇଁ ୧୧୧ ଜଣ ପ୍ରାର୍ଥୀଙ୍କ ତାଲିକାରେ ବିଜେପି ରବିବାର ଦକ୍ଷିଣ ଗୋଆର ପ୍ରାର୍ଥୀ ଡେମ୍ପୋ ବୋଲି ଘୋଷଣା କରିଛି। ଦକ୍ଷିଣ ଗୋଆରୁ ଡେମ୍ପୋଙ୍କୁ ପ୍ରାର୍ଥୀ କରିଛି ବିଜେପି। ଗୋଆର ଉଦ୍ୟୋଗୀ ତଥା ଶିକ୍ଷାବିତ୍ ପଲ୍ଲବି ଡେମ୍ପୋ କେମିଷ୍ଟ୍ରି (ରସାୟନ ବିଜ୍ଞାନ)ରେ ସ୍ନାତକ ଡିଗ୍ରୀ ଏବଂ ପୁଣେର ଏମଆଇଟିରୁ ବିଜନେସ୍ ମ୍ୟାନେଜମେଣ୍ଟ (ବ୍ୟବସାୟ ପରିଚାଳନା)ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ୪୯ ବର୍ଷୀୟ ଉଦ୍ୟୋଗୀ ପଲ୍ଲବି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ଡେମ୍ପୋ ଇଣ୍ଡଷ୍ଟ୍ରିଜ୍ର ମିଡିଆ ଏବଂ ରିଏଲ୍ ଇଷ୍ଟେଟ୍ ବ୍ରାଞ୍ଚର ତଦାରଖ କରନ୍ତି। ତାଙ୍କ ସ୍ୱାମୀ ଶ୍ରୀନିବାସ ଡେମ୍ପୋ ଜଣେ ବିଶିଷ୍ଟ ଶିଳ୍ପପତି। ସେ ଗୋଆ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ (ଜିସିସିଆଇ)ର ମୁଖ୍ୟ। ତାଙ୍କ ବିପକ୍ଷରେ ଦକ୍ଷିଣ ଗୋଆ ଆସନରୁ କଂଗ୍ରେସ ନେତା ଫ୍ରାନ୍ସିସ୍କୋ ସର୍ଦ୍ଦିହ୍ନା ପ୍ରତିନିଧିତ୍ୱ କରୁଛନ୍ତି। ୧୯୬୨ ପରଠାରୁ ବିଜେପି ଏହି ନିର୍ବାଚନମଣ୍ଡଳୀରେ ମାତ୍ର ଦୁଇଥର ବିଜୟଲାଭ କରିଛି। ୧୯୯୯ଏବଂ ୨୦୧୪ରେ ବିଜେପି ଏହିଠାରୁ ବିଜୟ ହୋଇଥିଲା। ତେବେ ଏଥର ପ୍ରଥମ କରି ଜଣେ ମହିଳା ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ଏହି ଆସନ ଉପରେ ସମସ୍ତଙ୍କ ନଜର ରହିବ ନିଶ୍ଚୟ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking