40.1 C
Bhubaneswar
Saturday, April 27, 2024
Homeଓଡିଶାବଜ୍ରାଘାତରେ ୩୨ ଛେଳି ମୃତ

ବଜ୍ରାଘାତରେ ୩୨ ଛେଳି ମୃତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଧୀନ ନୂଆଁଗା ହାତୀଖାଲ ଗାଁ ନିକଟରେ ସୋମବାର ବଜ୍ରପାତ ଘଟିଛି । ବଜ୍ରପାତରେ ୪ ଚରାଳି ଆହତ ହୋଇଥିବା ବେଳେ ୩୨ ଛେଳି ମୃତ୍ୟହୋଇଥିବା ସୂଚନା ମିଳିଛି । ଆହତମାନେ ହାତୀଖାଲ ଗ୍ରାମର ବୋଲି ଜଣାପଡ଼ିଛି ।ସୂଚନା ଅନୁସାରେ ଗ୍ରାମର ପପୁ ମହାଙ୍କୁଡ, ସାଇଶ୍ରୀ ଗୌଡ଼ ଓ ଶୁଭଶ୍ରୀ ଗୌଡ଼ ଗାଁ ନିକଟରେ ଆଜି ଅପରାହ୍‌ଣରେ ଛେଳି ଚରାଉଥିଲେ । ଅପରାହ୍ନ ୫ଟାରେ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ସେତିକିବେଳେ ଛେଳିଗୁଡ଼ିକ ଗୋଠ ହୋଇ ଚରୁଥିବା ବେଳେ ବଜ୍ରପାତ ଘଟିଥିଲା । ବଜ୍ରପାତରେ ୪ ଚରାଳି ଆହତ ହୋଇଥିବା ବେଳେ ୩୨ ଛେଳିଙ୍କ ମୃତ୍ୟୁ ଘଟିଛି । ଖବର ପାଇ ଗାଁ ଲୋକେ ପହଞ୍ଚି ଆହତଙ୍କୁ ଉଦ୍ଧାରକରି ଚିକିତ୍ସା ପାଇଁ ବଡ଼ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking