30.1 C
Bhubaneswar
Friday, April 26, 2024
Homeଓଡିଶାପୁଣି ରାଜ୍ୟ ବାହାରେ ଦାଦନ ଶ୍ରମିକ ମୃତ

ପୁଣି ରାଜ୍ୟ ବାହାରେ ଦାଦନ ଶ୍ରମିକ ମୃତ

ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଶିକୁଳିପଦର ପଞ୍ଚାୟତ ଅଧିନ ରାମପଦର ଗ୍ରାମର ପଞ୍ଚୁ ମଳିକ(୩୫) ପରିବାର ପ୍ରତିପୋଷଣ ପାଇଁ ବହୁ ବର୍ଷ ହେଲା ଆନ୍ଧ୍ରପ୍ରଦେଶ ରାଜ୍ୟର ପେଦାରିକେଟଲା କୁକୁଡ଼ା ଫାର୍ମରେ ଦାଦନ ଶ୍ରମିକ ଭାବରେ କାମ କରୁଥିଲେ। ଗତ ଶନିବାର ଦିନ ସେଠାରେ ହଠାତ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କ ସାଙ୍ଗ ସାଥି ସାହାଯ୍ୟରେ ସେଠାକାର ସରକାରୀ ମେଡ଼ିକାଲକୁ ନେବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ଖବର ପାଇବା ପରେ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ।

କୁକୁଡ଼ା ଫାର୍ମ ମାଲିକ ଓ ସାଙ୍ଗ ସାଥୀଙ୍କ ସାହାଯ୍ୟରେ ଆନ୍ଧ୍ରପ୍ରଦେଶରୁ ନିଜ ଗ୍ରାମକୁ ଆମ୍ବୁଲାନ୍ସ ଭଡ଼ା କରି ମୃତ ଶରୀର ନେଇ ସୋମବାର ଦିନ ଗାଁରେ ପହଞ୍ଚିଛନ୍ତି। ମୃତଦେହ ଦେଖିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଅପରପକ୍ଷେ ପରିବାରର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ପଞ୍ଚୁ । ସେ ନିଜ ସ୍ଵଳ୍ପ ରୋଜଗାରରେ ପରିବାର ଚଳାଉଥିବା ବେଳେ ତାଙ୍କର ୩ ବର୍ଷର ଗୋଟିଏ ପୁତ୍ର ସନ୍ତାନ ଓ ୩ଟି ଝିଅ ଅଛନ୍ତି। ଏବେ ପରିବାର କିପରି ଚଳିବ ତାକୁ ନେଇ ପରିବାର ଲୋକେ ଚିନ୍ତାରେ । ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking