36.1 C
Bhubaneswar
Monday, May 6, 2024
Homeକୋପା ଆମେରିକା ଫୁଟବଲ୍ କପ୍‌-୨୦୨୧ଗତବର୍ଷ ଏହି କାରଣ ପାଇଁ ସ୍ଥଗିତ ହୋଇଥିଲା କୋପା ଆମେରିକା

ଗତବର୍ଷ ଏହି କାରଣ ପାଇଁ ସ୍ଥଗିତ ହୋଇଥିଲା କୋପା ଆମେରିକା

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକାରେ ଫୁଟବଲକୁ ନିୟନ୍ତ୍ରିତ କରୁଥିବା ସଂସ୍ଥା କନମେବଲ କହିଥିଲା ଯେ, ସେ ଏହି କ୍ଷେତ୍ରର ସବୁଠୁ ବଡ ଇଣ୍ଟରନ୍ୟାସନାଲ  ଫୁଟବଲ ଟୁର୍ଣ୍ଣାମେଣ୍ଟ କୋପା ଆମେରିକା କୁ ୨୦୨୧ ପର୍ଯ୍ୟନ୍ତ ସ୍ଥଗିତ ରଖିଛି । କନମେବଲର ଆଧିକାରିକ ୱେବସାଇଟରେ କୁହାଯାଇଛି, କରୋନା ସ୍ଥିତିକୁ ଦୃଷ୍ଟିରେ ରଖି କୋପା ଆମେରିକାର ଆୟୋଜନକୁ ପୂର୍ବବର୍ଷ ସ୍ଥଗିତ ରଖାଯାଇଥିଲା । ଯେଉଁଥିରେ ସ୍ୱାସ୍ଥ୍ୟ ସଂଗଠନର ସମସ୍ତ ନିର୍ଦ୍ଦେଶକୁ ପାଳନ କରାଯାଇଥିଲା । ୧୨ଟି ଟିମ ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କୋଲୋମ୍ବିଆ ଓ ଆର୍ଜେଣ୍ଟିନା ମିଳିତ ଭାବେ ଗତ ବର୍ଷ ୧୨ ଜୁନରୁ ୧୨ ଜୁଲାଇ ପର୍ଯ୍ୟନ୍ତ ହେବାର ଥିଲା । ୟୁରୋପରେ କରୋନା ଭାଇରସର ପ୍ରକୋପ ପାଇଁ କୋପା ଆମେରିକା ବ୍ୟତୀତୟୁରୋ କପକୁ ବି ୨୦୨୧ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିଲା ।

ଉଲେଖଯୋଗ୍ୟ , ପ୍ରଥମେ କଲୋମ୍ବିଆ ଓ ଆର୍ଜେଣ୍ଟିନା ଦୁଇ ଦେଶ କୋପା ଆମେରିକା ଆୟୋଜିତ କରିବା ପାଇଁ ହାତ ବଢାଇଥିଲେ । କୋଲୋମ୍ବିଆ ଟୁର୍ଣ୍ଣାମେଣ୍ଟର ହୋଷ୍ଟିଂ ହଟିବା ଆନ୍ତରିକ ରାଜନୀତିକ କଳହ ରହିଥିଲା । ସେହିଭଳି କରୋନା ମହମାରୀ ପାଇଁ ଆର୍ଜେଣ୍ଟିନା ବି ପଛକୁ ହଟିବା ପାଇଁ ନିଷ୍ପତ୍ତି ନେଇଥିଲା । ଆର୍ଜେଣ୍ଟିନା କୋପା ଆମେରିକା ଆୟୋଜନ କରିବାକୁ ସେତେବେଳେ ମନା କଲା, ଯେତେବେଳେ ଏହା ଆରମ୍ଭ ହେବାକୁ ଆଉ ମାତ୍ର ୨ ସପ୍ତାହ ବାକି ଥିଲା । କୋପା ଆମେରିକା ୧୩ ଜୁନରୁ ଆରମ୍ଭ ହୋଇ ଜୁଲାଇ ୧୦ ପର୍ଯ୍ୟନ୍ତ ଚାଲିବ । ତେବେ ଆର୍ଜେଣ୍ଟିନା ଆୟୋଜନ କରିବାକୁ ନେଇ ପଛକୁ ହଟିବା ପରେ ଏବେ ଏହାର ଆୟୋଜନ ବ୍ରାଜିଲ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking