28.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗବନ୍ଦେ ଉତ୍କଳ ଜନନୀକୁ ଶିକ୍ଷା ପାଠ୍ୟକ୍ରମରେ ସାମିଲ କୁ ବିରୋଧ

ବନ୍ଦେ ଉତ୍କଳ ଜନନୀକୁ ଶିକ୍ଷା ପାଠ୍ୟକ୍ରମରେ ସାମିଲ କୁ ବିରୋଧ

କଳାହାଣ୍ଡି  : ରାଜ୍ୟ ସରକାର ବନ୍ଦେ ଉତ୍କଳ ଜନନୀ କୁ ଶିକ୍ଷା ପାଠ୍ୟକ୍ରମ ରେ ସାମିଲ କରିବା ନିଷ୍ପତ୍ତି କୁ କୋଶଳ ରାଜ୍ୟ ସମନ୍ଵୟ ସମିତି ବିରୋଧ କରୁଛି । ସରକାର ଙ୍କ ନିଷ୍ପତ୍ତି ବିରୋଧ ରେ ନିର୍ଣ୍ଣାୟକ ଲଢେଇ କରିବାଜୁ ସମିତି ନିଷ୍ପତ୍ତି କରିଛି । ଏହି ଅବସରରେ ଆଜି ସମିତି ତରଫରୁ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ କରାଯାଇଛି । ସମିତି ର ଅଭିଯୋଗ ଅନୁଯାୟୀ ଉତ୍କଳ କହିଲେ କେବଳ ଅଭିଭକ୍ତ କଟକ, ବାଲେଶ୍ୱର ଓ ପୁରୀ ଜିଲ୍ଲା କୁ ବୁଝାଏ । କିନ୍ତୁ 1936 ମସିହା ରେ ଓଡିଶା ରାଜ୍ୟ ଗଠନ ହେଲା ବେଳେ ଉତ୍କଳ ଅଞ୍ଚଳ ସହ କଳିଙ୍ଗ ଭୂଖଣ୍ଡ ର ଗଞ୍ଜାମ ଓ କୋଶଳ ଅଞ୍ଚଳ ର ସମ୍ବଲପୁର ଓ କୋରାପୁଟ ଅଞ୍ଚଳ କୁ ନେଇ ଗଠିତ ହୋଇଥିଲା । 1948 ମସିହା ରେ ବାକି ସବୁ ଅଞ୍ଚଳ କୁ ଓଡିଶା ସହ ମିଶାଇ ଦିଅ ଯାଇଥିଲା । ଏଭଳି ସ୍ଥଳ ରେ ଓଡିଶା ରାଜ୍ୟ ରେ ଉତ୍କଳ କିମ୍ବା ବନ୍ଦେ ଉତ୍କଳ ଜନନୀ ର କୌଣସି ପ୍ରାସଙ୍ଗିକତା ନାହିଁ । ବନ୍ଦେ ଉତ୍କଳ ଜନନୀ କୁ ରାଜ୍ୟ ସଙ୍ଗୀତ ର ମାନ୍ୟତା ଦେବା ପରେ ଏହାକୁ ସରକାର ସ୍କୁଲ ପାଠ୍ୟକ୍ରମ ରେ ସାମିଲ କରିବାର ନିଷ୍ପତ୍ତି ନେଇଛନ୍ତି ଯାହା କି କୋସଳାଞ୍ଚଳ ର ଦୁଈ କୋଟି ଲୋକଙ୍କ ସ୍ୱାଭିମାନ କୁ ଆଘାତ କରିଛି । ତେବେ ଆଗାମୀ ଦିନ ରେ ସରକାର ଙ୍କ ଏହି ନିଷ୍ପତ୍ତି ବିରୋଧ ରେ କୋଶଳ ରାଜ୍ୟ ସମନ୍ଵୟ ସମିତି ବ୍ୟାପକ ଜନଜାଗରଣ କରିବା ସହ ଆନ୍ଦୋଳନ କୁ ଓଲ୍ହାଇବ ବୋଲି ନିଷ୍ପତ୍ତି ଗ୍ରହଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking