34.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଜବର ଦଖଲ ଉଚ୍ଛେଦ ବେଳେ ଉତ୍ତେଜନା

ଜବର ଦଖଲ ଉଚ୍ଛେଦ ବେଳେ ଉତ୍ତେଜନା

ରାୟଗଡା: ରାୟଗଡା ଜିଲ୍ଲା ପୁରୁଣା ଗୁଣୁପୁର ନିକଟରେ ପ୍ରଶାସନ ତରଫରୁ ଜବର ଦଖଲ ଉଚ୍ଛେଦ ବେଳେ ଉତ୍ତେଜନା ଦେଖାଯାଇଛି । ଜବର ଦଖଲ କାରୀ ମାନେ ପ୍ରଶାସନ ର ଏଭଳି ନିଷ୍ପତ୍ତି କୁ ବିରୋଧ କରିଥିଲେ । ସ୍ଥାନୀୟ ପୁରୁଣା ଗୁଣୁପୁର ଆଦିବାସୀ ସାହିର ଆଦିବାସୀ ମାନେ ଏକ ସରକାରୀ ଜାଗାରେ ପରିବା ଚାଷ କରି ଛୋଟ ଛୋଟ କୁଟୀର କରିଥିଲେ । ଏହା ସରକାରୀ ଜାଗା ହୋଇଥିବାରୁ ସହରର ଉନ୍ନତି ମୂଳକ କାର୍ଯ୍ୟ ଓ ପ୍ରକଳ୍ପ ନିର୍ମାଣ ପାଇଁ ଜବର ଦଖଲ ଉଚ୍ଛେଦ କରାଯାଉଥିବା ଜଣାପଡିଛି । ତେବେ ଅସହାୟ ଆଦିବାସୀ ଙ୍କୁ ପ୍ରଥମେ ଥଇଥାନ କରାଯାଇ ପରେ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା କରାଯାଉ ବୋଲି ସେମାନେ ଦାବୀ କରିଛନ୍ତି । ଆଜି ପୌର ପରିଷଦ, ରାଜସ୍ବ ବିଭାଗ ଓ ପୋଲିସ ବିଭାଗ ମିଳିତ ଭାବେ ଉଛେଦ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଉତ୍ତେଜନା ପ୍ରକାଶ ପାଇବାରୁ ସ୍ଥଗିତ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking