29.1 C
Bhubaneswar
Monday, May 6, 2024
Homeଓଡିଶାକରୋନାରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ୟୁ

କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ୟୁ

ଭୁବନେଶ୍ୱର: ଧିରେ ଧିରେ କରୋନା ସମସ୍ତଙ୍କୁ ନିଜ କବଳରେ କରୁଚି । ବିଶେଷ ଭାବରେ ବର୍ତ୍ତମାନ ସମୟରେ ଯେମିତି ସାମ୍ବାଦିକମାନେ ତାର ମୁଖ୍ୟ ଟାର୍ଗେଟ ବନି ଯାଇଛନ୍ତି । ଏହାରି ମଧ୍ୟରେ କରୋନା ଓଡ଼ିଶାରୁ ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି । କରୋନା ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗଞ୍ଜାମ ଜିଲ୍ଲାରେ କାର୍ୟ୍ୟରତ ଜଣେ ସାମ୍ବାଦିକ ପ୍ରାଣ ହରାଇଛନ୍ତି । ତାଙ୍କ ନାଁ କିଶୋର ଚନ୍ଦ୍ର ଦାଶ । ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ସମାଜ ସମ୍ବାଦପତ୍ରରେ ସେ ପୋଲସରା ପାଇଁ କାମ କରୁଥିଲେ ।

କରୋନା ସଂକ୍ରମିତ ହେବା ପରେ କିଶୋର ଦାଶ ବ୍ରହ୍ମପୁର ସ୍ଥିତ ଟାଟା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ବିୟୋଗରେ ଓଡ଼ିଶା ସାମ୍ବାଦିକ ମହଲରେ ଶୋକର ଛାୟା । ବର୍ତ୍ତମାନ ସୁଦ୍ଧା କରୋନା ରାଜ୍ୟରୁ ୧୯ରୁ ଜଣ ସାମ୍ବାଦିକଙ୍କ ଜୀବନ ନେଲାଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking