30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଟିଏମସି ସରକାରରେ ୪୩ ଜଣ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ

ଟିଏମସି ସରକାରରେ ୪୩ ଜଣ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ

କୋଲକତା: ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଟିଏମସି ସରକାରରେ ୪୩ ଜଣ ମନ୍ତ୍ରୀଶପଥ ନେଇଛନ୍ତି । ରାଜଭବନରେ ଆୟୋଜିତ ଉତ୍ସବରେ ସମସ୍ତ ମନ୍ତ୍ରୀ ପଦ ଓ ପୋଗନୀୟତାର ଶପଥପାଠ କରିଛନ୍ତି । ସେମାନଙ୍କୁ ଶପଥପାଠ କରାଇଥିଲେ ରାଜ୍ୟପାଳ । ପୂର୍ବରୁ ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ମମତା ବାନାର୍ଜୀ । ତାଙ୍କ କ୍ୟାବିନେଟ ଶପଥ ନେଇ ନଥିଲା ।

୪୩ ଜଣିଆ ମନ୍ତ୍ରିମଣ୍ଡଳରେ କିଛି ପୁରୁଣା ଓ ନୂଆ ଚେହେରାଙ୍କୁ ସୁଯୋଗ ଦେଇଛନ୍ତି ମମତା ବାନାର୍ଜୀ । ଏମାନଙ୍କ ଭିତରେ ଅଛନ୍ତି ୨୫ ଜଣ ପୁରୁଣା ଓ ୧୮ ଜଣ ନୂଆ ମନ୍ତ୍ରୀ । ୯ ଜଣ ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । କ୍ରିକେଟରରୁ ରାଜନେତା ପାଲଟିଥିବା ମନୋଜ ତିଓ୍ୱାରୀ ମନ୍ତ୍ରୀ ହୋଇଛନ୍ତି । କିଛି ବିଧାୟକ ଭର୍ଚୁଆଲେ ଶପଥ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking