ନୂଆଦିଲ୍ଲୀ : ବିଏସଏଫ୍ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି ବାଂଲାଦେଶ ଅନୁପ୍ରବେଶକାରୀ । ପଶ୍ଚିମବଙ୍ଗ ବର୍ଡର ଦେଇ ଭାରତକୁ ଅବୈଦ୍ଧ ଭାବେ ପ୍ରବେଶ କରୁଥିବା ବେଳେ ଅନୁପ୍ରବେଶକାରୀ ବଂଲାଦେଶୀଙ୍କୁ ଅଟକାଇଥିଲେ ବିଏସଏଫ୍ ଯବାନ୍ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା ।ବିଏସଏଫ୍ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି ଅନୁପ୍ରବେଶକାରୀ । ଅନୁପ୍ରବେଶକାରୀଙ୍କ ଆକ୍ରମଣରେ ଜଣେ ବିଏସଏଫ୍ ଯବାର ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଘଟଣା ଆଜି ସକାଳେ ଘଟିଛି । ବିଏସଏଫ୍ ଯବାନଙ୍କ କହିବା ଅନୁସାରେ । କୌଣସି ଅପରାଧିକ କାର୍ୟ୍ୟ ଉଦ୍ଦେଶ୍ୟରେ ବାଂଲାଦେଶୀ ଅପରାଧୀମାନେ ଭାରତ ଭିତରକୁ ପ୍ରବେଶ କରୁଥିଲେ । ଏହି ସମୟରେ ସେମାନେ ବିଏସଏଫ୍ ଯବାନଙ୍କ ହାତରେ ଧରାପଡିଥିଲେ । ଆଉ ଯାଞ୍ଚ ସମୟରେ ବିଏସଏଫ୍ ଯବାନଙ୍କ ଉପରେ ଆକ୍ରମଣ କରିଦେଇଥିଲେ ।