ଭୁବନେଶ୍ୱର : ଯେକୌଣସି ଖାଦ୍ୟରେ ସ୍ୱାଦକୁ ବଢାଇବା ପାଇଁ ମସଲା ମିଶାଯାଇଥାଏ । ଖାଦ୍ୟ ନିରାମିଷ ହେଉ କିମ୍ବା ଆମିଷ । ହେଲେ ଆପଣ ଜାଣିଛନ୍ତି କି ଏହି ଗରମ ମସଲା ଦେହ ପାଇଁ କେତେ କ୍ଷତିକାରକ ଓ କେତେ ଲାଭଦାୟକ । ଏହାକୁ ଅଧିକ ଖାଇବା ଉଚିତ ନୁହେଁ । ଗରମ ମସଲାରେ ଲବଙ୍ଗ , ଗୋଲ ମରିଚ ଏବଂ ଡାଲଚିନି ମିଶାଇ ଥଣ୍ଡା ଏବଂ କାଶ ହୋଇଥିଲେ ଏହା ତୁରନ୍ତ ଭଲ ହୋଇଯିବ । ଡାଲଚିନି ଏହାର ପ୍ରମୁଖ ଉପାଦାନ । ଯାହା ସୁଗରକୁ ନିୟନ୍ତ୍ରଣ କରିପାରିବ । ଗରମ ମସଲା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିପାରିବ । ମଧୁମେହ ରୋଗୀମାନେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ । ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ରହିଛି ଯାହା ଚର୍ମ ସମସ୍ୟାକୁ ଦୂର କରିଥାଏ । ଗରମ ମସଲା ଖାଇବାର ଅନେକ ଲାଭ ରହିଛି । ଏହାର କିଛି ସାଇଡ ଇଫେକ୍ଟ ମଧ୍ୟ ନଥାଏ ।