40.7 C
Bhubaneswar
Tuesday, June 9, 2026
Homeଓଡିଶାମୋଦିଙ୍କ ସଂକଳ୍ପବଦ୍ଧ ନେତୃତ୍ୱ ନୂଆ ଦିଶା ଦେଇଛି

ମୋଦିଙ୍କ ସଂକଳ୍ପବଦ୍ଧ ନେତୃତ୍ୱ ନୂଆ ଦିଶା ଦେଇଛି

ଭୁବନେଶ୍ୱର: ମୋଦି ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖିଛନ୍ତି । ମୋଦିଙ୍କ ସଂକଳ୍ପବଦ୍ଧ ନେତୃତ୍ୱ ପାଇଁ ଦେଶ ଆଗକୁ ବଢି ଚାଲିଛି । ୨୦୩୦ ସୁଦ୍ଧା ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ୨୦୨୫ ସୁଦ୍ଧା ପୂରଣ ହୋଇଛି । ବିଶ୍ୱରେ ଅସ୍ଥିରତା ଭିତରେ ମୋଦି ଦେଶ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି । କୋଭିଡ ସମୟରେ ସାରା ବିଶ୍ୱକୁ ଟୀକା ଯୋଗାଇ ବିଶ୍ୱବନ୍ଧୁ ଗୌରବ ଆଣିଛନ୍ତି । ରାଜ୍ୟରେ ଡବଲ ଇଞ୍ଜିନ ସରକାରରୁ ମିଳିଥିବା ସଫଳତାର ତଥ୍ୟ ରଖିଲେ । ଆମ ରେଳ ବଜେଟ ପରିଣାମ ୧୦ ହଜାର ୯୨୮ କୋଟିରେ ପହଞ୍ଚିଛି । ରାଜ୍ୟରେ ଶତ ପ୍ରତିଶତ ରେଳ ବିଦ୍ୟୁତିକରଣ ସମ୍ଭବ ହୋଇ ପାରିଛି । ଜଳପଥ ସଂଯୋଗୀକରଣରେ ଅନୁଗୁଳ- କଳିଙ୍ଗନଗର – ଧାମରା – ପାରାଦୀପ ଯୋଡିହେବ । ଜାତୀୟ ରାଜପଥ ପାଇଁ ୮୦ ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି । ଜାତୀୟ ରାଜପଥକୁ ନେଇ ୨୩୦ଟି ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି । ନକ୍ସଲମୁକ୍ତ ଅଞ୍ଚଳରେ କେନ୍ଦ୍ରର ଗ୍ରାମୋଦୟ ଯୋଜନାରେ କାର୍ଯ୍ୟ ଆରମ୍ଭ ହୋଇଛି । ରାଜ୍ୟର ୧୨ ଲକ୍ଷ ମତ୍ସ୍ୟଜୀବୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଆପଣାଯାଇଛି । ଲକ୍ଷପତି ଦିଦି ସୃଷ୍ଟି କରିବାରେ ଆମ ରାଜ୍ୟ ସାରା ଦେଶରେ ପ୍ରଥମ । ବର୍ତ୍ତମାନ ସୁଦ୍ଧା ୨୩ ଲକ୍ଷ ୪୭ ହଜାର ଲକ୍ଷପତି ଦିଦି ସୃଷ୍ଟି କରିପାରିଛୁ । ଏମାନଙ୍କ ମଧ୍ୟରୁ କିଛି ମହିଳା ନିଜକୁ ଉଦ୍ୟୋଗୀ କରିପାରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking