36.1 C
Bhubaneswar
Monday, May 6, 2024
Homeଦେଶ ବିଦେଶ୨୦୨୪ରେ ଏକ ଦେଶ, ଏକ ନିର୍ବାଚନ ଅସମ୍ଭବ

୨୦୨୪ରେ ଏକ ଦେଶ, ଏକ ନିର୍ବାଚନ ଅସମ୍ଭବ

ନୂଆଦିଲ୍ଲୀ : ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ଲାଗି ସରକାର ବିଚାର କରୁଛନ୍ତି । ଏପରିକି ୨୦୨୪ ଲୋକସଭା ନିର୍ବାଚନ ସମୟରେ ସମସ୍ତ ରାଜ୍ୟ ବିଧାନସଭା ନିର୍ବାଚନ କରାଇବା ଲାଗି ସରକାର ବିଚାର କରୁଥିବେଳେ ଏହା ସମ୍ଭବ ନୁହେଁ ବୋଲି ବିଧି ଆୟୋଗ ଅନୁମାନ କରିଛନ୍ତି । ବିଚାରପତି ଋତୁରାଜ ଅଗସ୍ତିଙ୍କ ପକ୍ଷରୁ ଉପସ୍ଥାପନ ହେବାକୁ ଯାଉଥିବା ରିପୋର୍ଟରେ ଏପରି ଅନୁମାନ କରାଯାଇଥିବା ଜାଣିବାକୁ ମିଳିଛି। ଆୟୋଗ ତାଙ୍କ ରିପୋର୍ଟ ସରକାରଙ୍କ ନିକଟରେ ଉପସ୍ଥାପନ କରି ନାହାନ୍ତି। ତେବେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଆୟୋଗ ତାଙ୍କ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ।

ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରାଇବା ଲାଗି ସମ୍ବିଧାନ ସଂଶୋଧନ କରାଇବା ଲାଗି ଆୟୋଗ ସରକାରଙ୍କୁ ପ୍ରସ୍ତାବ ଦେବେ। ଏକକାଳୀନ ନିର୍ବାଚନ କରାଇବା ସମ୍ପର୍କରେ ୨୨ତମ ବିଧି ଆୟୋଗ ବିଭିନ୍ନ ରାଜନୈତିକ ଦଳ, ନିର୍ବାଚନ ଆୟୋଗ, ଅମଲାତନ୍ତ୍ର ଅଧିକାରୀ, ବିଶେଷଜ୍ଞ ଠାରୁ ମତାମତ ଲୋଡିଥିଲେ। ତେବେ ୨୦୧୮ରେ ୨୧ତମ ବିଧି ଆୟୋଗ ଦେଇଥିବା ଚିଠା ରିପୋର୍ଟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକକାଳୀନ କରାଇବା ସପକ୍ଷରେ ମତ ଦେଇଥିଲେ। ଏକକାଳୀନ ନିର୍ବାଚନ ହେବା ଦ୍ବାରା ରାଜସ୍ବ ଖର୍ଚ୍ଚ କମ୍ ହେବ ଓ ପ୍ରଶାସନ ଉପରେ ଚାପ କମ୍ ହେବ। ଏହାଦ୍ବାରା ସରକାର ତାଙ୍କ ନୀତି ଓ ନିୟମକୁ ଠିକ୍ ରୂପେ କାର୍ଯ୍ୟକାରୀ କରିପାରିବେ। ତେବେ ବର୍ତ୍ତମାନର ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଏକକାଳୀନ ନିର୍ବାଚନ କରାଇବା ସମ୍ଭବ ନୁହେଁ। ଏଥିପାଇଁ ଜନପ୍ରତିନିଧି ଆଇନ ୧୯୫୧ରେ ସଂଶୋଧନ କରିବାକୁ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking