33.1 C
Bhubaneswar
Friday, April 26, 2024
Homeଅପରାଧବ୍ରାଉନସୁଗର ମାଫିଆ ବାପି ଗିରଫ

ବ୍ରାଉନସୁଗର ମାଫିଆ ବାପି ଗିରଫ

ଖୋର୍ଦ୍ଧା : ବ୍ରାଉନସୁଗର ମାଫିଆ ବାପି ଗିରଫ । ମଙ୍ଗଳବାର ପୂର୍ବାହ୍ନରେ ଖୋର୍ଦ୍ଧା ଅବକାରୀ ପୁଲିସର ଏକ ଟିମ ବେଗୁନିଆ ଥାନା ଅନ୍ତର୍ଗତ ବଡବେରଣା ନୂଆ ସାହିରେ ଚଢାଉ କରି ଗ୍ରାମାଂଚଳରେ ବେପାର ସମ୍ଭାଳୁଥିବା ଜଣେ ବ୍ରାଉନସୁଗର ମାଫିଆଙ୍କୁ ଗିରଫ କରିଥିବା ଜଣାଯାଇଛି । ଗିରଫ ମାଫିଆ ଜଣଙ୍କ ଉକ୍ତ ଗ୍ରାମର ସର୍ବେଶ୍ୱର ପଣ୍ଡାଙ୍କ ପୁଅ ବାପି ଓରଫ ରମେଶ ପଣ୍ଡା(୩୪) । ରମେଶ ଠାରୁ ସମୁଦାୟ ୨୧ଗ୍ରାମ ଓଜନର ବ୍ରାଉନସୁଗର ଜବତ ହୋଇଥିବାବେଳେ ଏହାର ମୂଲ୍ୟ ୨ଲକ୍ଷ ୧୦ହଜାର ହେବ ବୋଲି ଅବକାରୀ ଇନ୍ସପେକ୍ଟର ରଞ୍ଜନ କୁମାର ନାୟକ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ବେଗୁନିଆ ଥାନା ଅନ୍ତର୍ଗତ ବଡବେରଣା ଗ୍ରାମର ବାପି ଗ୍ରାମଂଚଳରେ ଧଳାଜହର ବେପାରକୁ ସମ୍ଭାଳୁଥିବା ଅବକାରୀ ପୁଲିସ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲା । ଏହାପରେ ବିଭାଗ ବାପିକୁ ଧରିବା ଲାଗି ଯୋଜନା ପ୍ରସ୍ତୁତ କରିଥିଲା । ପ୍ରଥମେ ଦିନ ୧୦ଟାବେଳେ ଅବକାରୀ ପୁଲିସର ଜଣେ କର୍ମଚାରୀ ଛଦ୍ମବେଶରେ ଗ୍ରାହକ ସାଜି ବାପି ପାଖକୁ ବ୍ରାଉନସୁଗର କିଣିବାକୁ ଯାଇଥିଲେ । ବାପି ତାଙ୍କୁ ନୂଆସାହିର ତ୍ରିନାଥ ମନ୍ଦିର ନିକଟକୁ ଆସିବାକୁ କହିଥିଲା । ଏହାପରେ ଉକ୍ତ କର୍ମଚାରୀ ଜଣଙ୍କ ବାପି ଠୁ ଦୁଇଟା ପୁଡିଆ ଆଣି ତାକୁ ୮ଶହ ଟଙ୍କା ଦେଇଥିଲେ । ଏଥିସହିତ ୨୦ଗ୍ରାମ ବ୍ରାଉନସୁଗାର ନେବାଲାଗି କହିଥିଲେ । ଏହା ଶୁଣି ବାପି ତାଙ୍କୁ ପଇସା ନେଇ ମନ୍ଦିର ନିକଟକୁ ଆସିବାକୁ କହିଥିଲା । ଯୋଜନା ମୁତାବକ ସେଠାରେ ଆଜି ଖୋର୍ଦ୍ଧା ଅବକାରୀ ପୁଲିସ ର ଏକ ଟିମ୍ ଇନ୍ସପେକ୍ଟର ରଞ୍ଜନ ନାୟକଙ୍କ ନେତୃତ୍ୱରେ ଛପି ରହିଥିଲେ । ବାପି ଗ୍ରାହକ ରୂପୀ କର୍ମଚାରୀଙ୍କୁ ପ୍ରାୟ ୧୧ଟାବେଳେ ମାଲ୍ ଦେବାବେଳେ ସେଠାରେ ଛପି ରହିଥିବା ଅବକାରୀ ଟିମ ତାକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking