40.1 C
Bhubaneswar
Thursday, April 25, 2024
Homeଓଡିଶାଦାଦନ ଯିବା ହେଲା କାଳ : କେରଳରେ ଚାଲିଗଲା ସ୍ତ୍ରୀର ଜୀବନ

ଦାଦନ ଯିବା ହେଲା କାଳ : କେରଳରେ ଚାଲିଗଲା ସ୍ତ୍ରୀର ଜୀବନ

ଲାଞ୍ଜିଗଡ଼ :କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ ଦିନକୁ ଦିନ ଦାଦନ ସମସ୍ୟା ବୃଦ୍ଧି ପାଉଥିବା ବେଳେ କାମଧନ୍ଦା ଅଭାବରୁ ଅନେକ ଯୁବକ ଯୁବତୀ କାମ ଅନ୍ୱେଶଣରେ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି । କିଛିଦିନ କାମ କଲାପରେ କିଏ ପଙ୍ଗୁ ହୋଇ ଫେରୁଛି ତ କିଏ ଶବ ହୋଇ ଫେରୁଛି । ଆଉ କିଏ ବିଭିନ୍ନ ରୋଗରେ ପିଡିତ ହୋଇ ପ୍ରାଣ ହରାଉଛି । ଗତ କିଛିଦିନ ତଳେ ଲାଞ୍ଜିଗଡ ବ୍ଲକର ଘୋଡାପୋଖେର ଗାଁର ଜଣେ ଯୁବକ ରଇବାରୁ ଜାଲ କେରଳରେ ମୃତ୍ୟୁ ବରଣ କରି ଘରକୁ ଶବ ହୋଇ ଫେରିଥିବା ବେଳେ ଏବେ ପୁଣି ଜଣେ ଯୁବତୀ ମୃତ୍ୟୁ ବରଣ କରିଛି । ପରିବାର ଲୋକଙ୍କ କହିବା ଅନୁସାରେ କାନକୁଟ୍ରୁ ପଂଚାୟତ ବଚ୍ଚକା ଗାଁର ନଫିସା ହରିଜନ(୨୫) ବିଜେପୁର ଗାଁର କାର୍ତିକ ନାଏକଙ୍କୁ ଭଲପାଇ ପ୍ରେମବିବାହ କରିଥିଲା । କିଛିଦିନ ସେମାନେ ଖୁସିବାସିରେ ପରିବାର ଲୋକଙ୍କ ସହିତ ଜୀବନ ଯାପନ କରୁଥିବା ବେଳେ ଗାଁ’ରେ କୈାଣସି କାମ ଧନ୍ଦା ନପାଇ ବାଧ୍ୟ ହୋଇ ସ୍ୱାମୀ ଓ ସ୍ତ୍ରୀ ଦୁହେଁ ସୁଦୁର କେରଳ ରାଜ୍ୟକୁ କାମ ଅନ୍ୱେଷଣରେ ଯାଇଥିଲେ । ସେଠାରେ ତ୍ରୀଶୁର ଜିଲ୍ଲାର ଏକ କାରଖାନାରେ ସ୍ୱାମୀ କାର୍ତିକ କାମ କରୁଥିବା ବେଳେ ସ୍ତ୍ରୀ ନଫିସା ଘରେ ରହୁଥିଲେ । ଦୁଇପ୍ରଣୀ କୁଟୁମ୍ବ ଆରାମରେ ଚଳି ଯାଉଥିଲେ । ହେଲେ ସୋମବାର ହଠାତ୍ ନଫିସାକୁ ଜ୍ୱର ହୋଇଥିଲା ସ୍ୱାମୀ ଔଷଧ ଆଣି ଦେଲା ପରେ ମଧ୍ୟ ଠିକ୍ ହୋଇନଥିଲା ନଫିସା । ଶେଷରେ ନଫିସା ଅତ୍ୟଧିକ ଗୁରୁତର ହେବାରୁ ତ୍ରୀଶୁରର ଆତାନି ମେଡକାଲ କଲେଜରେ ଚିକିତ୍ସା ପାଇଁ ନିଆ ହୋଇଥିଲା ଚିକିତ୍ସା ସମୟରେ ନଫିସାର ମୃତ୍ୟୁ ହୋଇଥିଲା । ଏହି ମୃତ୍ୟୁ ଘଟଣାର ଖବର ପାଇବା ପରେ ନଫିସାର ପରିବାର ଲୋକେ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ପାଖରେ ନଫିସାର ମୃତଦେହ ଆଣିବା ପାଇଁ ଗୁହାରୀ ଜଣାଇଥିଲେ । ଲାଞ୍ଜିଗଡ ବିଡିଓ ଶ୍ରୀ ମିଶ୍ର ତତକ୍ଷଣାତ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଫୋନ ଯୋଗେ ଶବ ଆଣିବା ପାଇଁ ଜଣାଇଥିବା ବେଳେ ଅତିରିକ୍ତ ଶ୍ରମ ଅଧିକାରୀ ପ୍ରଦିପ କୁମାର ମହାନ୍ତି ତାଙ୍କ ଫଣ୍ଡରେ କୈାଣସି ଟଙ୍କା ନଥିବା ଦର୍ଶାଇ ଥିଲେ । ପରେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ.ଫକୀର ମୋହନ ମାଝୀ ଜିଲ୍ଲାପାଳଙ୍କୁ ଫୋନ କରିବାରୁ ଶବ ଆଣିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking