26.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗପୁରୁଣା ୧୦୦ ଟଙ୍କିଆ ଅଚଳ ଖବର ମିଛ

ପୁରୁଣା ୧୦୦ ଟଙ୍କିଆ ଅଚଳ ଖବର ମିଛ

ଭୁବନେଶ୍ୱର: ପୁରୁଣା ୧୦୦,୧୦, ୫ ଟଙ୍କିଆ ନୋଟ ଅଚଳ ନେଇ ଚର୍ଚ୍ଚା ପ୍ରସଙ୍ଗରେ ଅଚଳ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଯାହା ଖବର ପ୍ରକାଶ ପାଉଛି ତାହା ଠିକ ନୁହେଁ ବୋଲି ଆରବିଆଇ ସ୍ପଷ୍ଟ କରିଛି । ଖୁବ ଶୀଘ୍ର ପୁରୁଣା ନୋଟ ଅଚଳ ହେଉଥିବା ଚର୍ଚ୍ଚା ହେଉଥିଲା । ଫଳରେ ଲୋକଙ୍କ ମଧ୍ୟରେ ଆଶା ଆଶଙ୍କା ପ୍ରକାଶ ପାଇଥିଲା । ମାତ୍ର ଏହା ମିଛ ବୋଲି ଆରବିଆଇ ସ୍ପଷ୍ଟ କରିଛି ।

କିଛି ଦିନ ପୂର୍ବରୁ ଜାତୀୟ ଗଣମାଧ୍ୟମରେ ଆରବିଆଇ ଜେନେରାଲ ମ୍ୟାନେଜର ବି ମହେଶ ସୂଚନା ଦେଇ ପୁରୁଣା ନୋଟ ବନ୍ଦ ହେବାର କାରଣ ସଂପର୍କରେ କହିଥିଲେ । ସେତେବେଳେ ସେ କହିଥିଲେ ଯେ, ୧୦୦, ୧୦ ଓ ୮ ଟଙ୍କିଆ ପୁରୁଣା ନୋଟ ବନ୍ଦ ହୋଇଯିବ । କାରଣ ବଜାରକୁ ଏହାର ବିକଳ୍ପ ଭାବରେ ନୂଆ ନୋଟ ଆସି ସାରିଛି । ତେଣୁ ପୁରୁଣା ନୋଟକୁ ପ୍ରତ୍ୟାହାର କରି ନିଆଯିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking