36.1 C
Bhubaneswar
Monday, May 6, 2024
Homeଓଡିଶାଦବଙ୍ଗଗିରି ଦେଖାଇ ଫସିଲେ ପୋଲିସ ମ୍ୟାଡାମ

ଦବଙ୍ଗଗିରି ଦେଖାଇ ଫସିଲେ ପୋଲିସ ମ୍ୟାଡାମ

ଭୁବନେଶ୍ୱର: ଯୁବକଙ୍କୁ ଥାନା ଭିତରେ ନିର୍ଦ୍ଧୁମ ଛେଚିବା ମହଙ୍ଗା ପଡିଲା କେନ୍ଦୁଝର ଜିଲ୍ଲା ପାଟ୍ଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ପାଇଁ । ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କେନ୍ଦୁଝର ଏସପି ଓ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ । ଏମିତିକି ଆଇଆଇସିଙ୍କ ଦରମାରୁ କାଟି ପୀଡିତ ଯୁବକଙ୍କୁ ୧୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ, ପୀଡିତ ଯୁବକ ଓ ତାଙ୍କ ଦାଦାଙ୍କ ଭିତରେ ଜମିବାଡି ବିବାଦକୁ କେନ୍ଦ୍ରକରି ପାଟଣା ଥାନରେ ଅଭିଯୋଗ ହୋଇଥିଲା । ପରେ ସନ୍ଧ୍ୟାରାଣୀ ଉକ୍ତ ଯୁବକଙ୍କୁ ଥାନାକୁ ଆଣିଥିଲେ । ଆଉ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ତାଙ୍କୁ କୁଆଛୁଆ ଭଳି ପିଟିଥିଲେ । ଠିଆ ଗୋଇଠା ବି ମାରିଥିବା ଦୃଶ୍ୟ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଥିଲା । ଏହି ଘଟଣାକୁ ମାନବାଧିକାର କମିଶନ ଗୁରୁତର ସହ ନେଇ ଏସପି ଓ ଆଇଆଇସିଙ୍କୁ ରିୁପୋର୍ଟ ମାଗିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking