41.1 C
Bhubaneswar
Sunday, April 28, 2024
Homeଓଡିଶାସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ, ଦୁଇ ଡୋଜ୍ ଟିକା ନେଇଥିଲେ ଅଫିସ୍ ଆସିବାକୁ ବାଧ୍ୟ

ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ, ଦୁଇ ଡୋଜ୍ ଟିକା ନେଇଥିଲେ ଅଫିସ୍ ଆସିବାକୁ ବାଧ୍ୟ

ଭୁବନେଶ୍ୱର : କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାର ଜୁଲାଇ ପହିଲା ପର୍ଯ୍ୟନ୍ତ ଲକଡାଉନ୍ ଓ ସଟଡାଉନ ଅବଧିକୁ ବୃଦ୍ଧି କରିଥିବାବେଳେ ଗୁରୁବାର ରାଜ୍ୟର ସରକାରୀ ଅଫିସ୍ ପରିଚାଳନା ନେଇ ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁ କର୍ମଚାରୀମାନେ ଦୁଇ ଡୋଜ୍ ଟିକା ନେଇସାରିଛନ୍ତି ସେମାନେ ଅଫିସ୍ ଆସିବା ବାଧ୍ୟତାମୂଳକ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ନିର୍ଦ୍ଦେଶନାମା ଅନୁସାରେ, ଜୁନ୍ ୧୭ରୁ  ୩୦ତାରିଖ ପର୍ଯ୍ୟନ୍ତ ସରକାରଙ୍କ ସମସ୍ତ ବିଭାଗର ଅଫିସ୍ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ । ଉପସଚିବ ଓ ତଦୁର୍ଦ୍ଧ୍ୱ ପାହ୍ୟାର ଅଧିକାରୀମାନେ ପ୍ରତିଦିନ ଅଫିସ୍ ନିଶ୍ଚିତ ଆସିବେ । ଯେଉଁ କର୍ମଚାରୀମାନେ ସମ୍ପୂର୍ଣ୍ଣ ଟିକା(ଦୁଇ ଡୋଜ) ନେଇସାରିଛନ୍ତି ସେମାନଙ୍କ ପାଇଁ ଅଫିସ୍ ଆସିବା ବାଧ୍ୟତାମୂଳକ କରାଯାଇଛି । ତେବେ କଟକ ଓ ଭୁବନେଶ୍ୱରରେ ଥିବା ସରକାରୀ ଅଫିସ୍‌, ମୁଖ୍ୟ ଦପ୍ତର, ବିଭାଗୀୟ ଅଫିସ ଓ ଅନ୍ୟାନ୍ୟ ଅଫିସରେ କେଉଁ କର୍ମଚାରୀମାନେ ଆସିବେ ତାହା ସମ୍ପୃକ୍ତ ବିଭାଗୀୟ ମୁଖ୍ୟ ନିଷ୍ପତ୍ତି ନେବେ ।

ଯେଉଁ କର୍ମଚାରୀ ସମ୍ପୂର୍ଣ୍ଣ ଟିକା ନେଇନାହାନ୍ତି ଓ ରୋଷ୍ଟର ଡ୍ୟୁଟି କରୁଛନ୍ତି ସେମାନେ ଅଫିସ ଆସିବେ କି ନାହିଁ ତାହା ବିଭାଗୀୟ ମୁଖ୍ୟ ନିଷ୍ପତ୍ତି ନେବେ । ତେବେ ଅତ୍ୟାବଶ୍ୟକ ସେବା ସହ ଜଡ଼ିତ ଅଫିସଗୁଡ଼ିକ ଯଥା ଏସ୍‌ଆରସି ଅଫିସ୍‌, ଓସ୍‌ଡମା ଅଫିସ, ପୁଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ, ମ୍ୟୁନିସିପାଲ ସର୍ଭିସ ଆଦି ପୂର୍ଣ୍ଣ କ୍ଷମତା ସହ ପୂର୍ବଭଳି କାର୍ଯ୍ୟ କରିବ । ଯେଉଁ କର୍ମଚାରୀମାନଙ୍କୁ ରୋଷ୍ଟର ଡ୍ୟୁଟି ଦିଆଯାଇନାହିଁ ଓ ସେମାନେ ଘରେ ରହି କାମ କରୁଛନ୍ତି ସେମାନଙ୍କୁ ଭିପିଏନ୍ ସୁବିଧା ଉପଲବ୍ଧ ନିଶ୍ଚିତ କରାଯିବ । ସେମାନେ ଅଫିସର ନିୟମିତ ଓ ବକେୟା କାର୍ଯ୍ୟ କରିବେ । ସେହିପରି ଟେଲିଫୋନ୍ ମାଧ୍ୟମରେ ସ୍ୱଳ୍ପ ନୋଟିସରେ କର୍ମଚାରୀମାନଙ୍କୁ ଅଫିସ୍ ଆସିବାକୁ ପଡ଼ିବ । ତେବେ ଯେଉଁ ମହିଳା କର୍ମଚାରୀ ଏବେ ଗର୍ଭବତୀ ଅଛନ୍ତି ସେମାନଙ୍କ ସମେତ ଭିନ୍ନକ୍ଷମ କର୍ମଚାରୀଙ୍କୁ ମଧ୍ୟ ଅଫିସ୍ ଆସିବା ଓ ୱାର୍କ ଫ୍ରମ୍ ହୋମରୁ ବାଦ୍ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking