32.1 C
Bhubaneswar
Saturday, May 11, 2024
Homeଓଡିଶା୨ ଡୋଜ୍ ଟିକା ପରେ ବି ହେଉଛନ୍ତି ସଂକ୍ରମଣର ଶୀକାର, ୮ ବିଶେଷଜ୍ଞଙ୍କୁ ଯାଞ୍ଚ ଗୁରୁଦାୟିତ୍ୱ

୨ ଡୋଜ୍ ଟିକା ପରେ ବି ହେଉଛନ୍ତି ସଂକ୍ରମଣର ଶୀକାର, ୮ ବିଶେଷଜ୍ଞଙ୍କୁ ଯାଞ୍ଚ ଗୁରୁଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟରେ କେତେକ ଲୋକ ୨ ଡୋଜ୍‌ର ଟିକା ନେଲା ପରେ ବି ସଂକ୍ରମିତ ହେଉଛନ୍ତି । ଏଭଳି ତଥ୍ୟ ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଛି । ୨ ଡୋଜ୍‌ର ଟିକା ନେଲା ପରେ ବି କାହିଁକି ଲୋକେ ସଂକ୍ରମିତ ହେଉଛନ୍ତି, ତାହାର କାରଣ ଓ ନିରାକରଣ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୮ଜଣ ବିଶିଷ୍ଟ ବିଶେଷଜ୍ଞଙ୍କୁ ନେଇ ଏକ ‘ଟେକ୍ନିକାଲ କମିଟି’ ଗଠନ କରାଯାଇଛି । ଭୁବନେଶ୍ୱର ଆଇଏଲ୍‌ଏସ୍ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା ଏହି କମିଟି ଅଧ୍ୟକ୍ଷ ରହିଛନ୍ତି । ଏହାବ୍ୟତୀତ କମିଟିର ଆବାହକ ଭାବେ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି, ନିର୍ଦ୍ଦେଶକ, ଆରଏମଆରସି, ପୁରୀ ମେଡିକାଲି କଲେଜ ଅଧୀକ୍ଷକ କୌଶିକ ମିଶ୍ର, ଏସ୍‌ସିବି ମେଡିକାଲି କଲେଜର ମାଇକ୍ରୋବାୟୋଲୋଜି ବିଭାଗ ଏଚଓଡି ପ୍ରଫେସର ଡାକ୍ତର ନିରୂପମା ଚଇନି, ଏସ୍‌ସିବିର ପ୍ରଫେସର ଏମ.ଆର ପଟ୍ଟନାୟକ, ଏସସିବିର ପ୍ରଫେସର ଜେକେ ପଣ୍ଡା ଓ ସମ ହସ୍ପିଟାଲର ପ୍ରଫେସର ଡକ୍ଟର ପ୍ରଦୀପ ଶେଖର ପାତ୍ର ପ୍ରମୁଖ ରହିଛନ୍ତି । ଏହି କମିଟି ସମସ୍ତ ଦିଗ ଉପରେ ଅନୁଧ୍ୟାନ କରିବ, ବିଶେଷ ଭାବରେ ଏପିଡେମିଓଲୋଜିକାଲ, ଇମ୍ୟୁନୋଲୋଜିକାଲ, ଜେନୋମିକ ଓ କ୍ଲିନିକାଲ ଷ୍ଟଡି ଉପରେ କାର୍ଯ୍ୟ କରିବ । ଫଳରେ ଭବିଷ୍ୟତରେ ଆସୁ୍ୱାକୁ ଥିବା ଲହରୀ ଉପରେ ମୁକାବିଲା କରିବାରେ ସହାୟକ ହେଇପାରିବ ବୋଲି ରାଜ୍ୟ ସ୍ୱାସଥ୍ୟ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking