28.1 C
Bhubaneswar
Friday, April 26, 2024
Homeଓଡିଶା୧୮ ପରେ ବର୍ଷିବ !

୧୮ ପରେ ବର୍ଷିବ !

ଭୁବନେଶ୍ୱର : ପଶ୍ଚିମ କେନ୍ଦ୍ରୀୟ ତଥା ସଂଲଗ୍ନ ଉତ୍ତର ପଶ୍ଚିମ ଏବଂ ଉତ୍ତର ଆନ୍ଧ୍ର, ଦକ୍ଷିଣ ଓଡିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ଏହା ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଆଡକୁ ମୁହାଁଉଛି । ଏହାର ପ୍ରଭାବରେ ଓଡିଶାରେ କିଛି ସ୍ଥାନରେ ହାଲୁକା ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୧୮ ତାରିଖ ଯାଏଁ ରାଜ୍ୟରେ ବଡ ବର୍ଷା ସମ୍ଭାବନା ନାହିଁ । ୧୮ ତାରିଖ ଉପରବେଳରୁ ରାଜ୍ୟରେ ବର୍ଷା ପରିମାଣ ବଢିବ । ତାସହ ମୌସୁମୀ ବର୍ଷା ପରିମାଣ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।
ଅନ୍ୟପଟେ ଗତ ୨୪ ଘଣ୍ଟାରେ ଯାଜପୁର କୃଷ୍ଣପ୍ରସାଦରେ ୯୬.୮ ମିମି ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଜୁନ ୧ରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୩୫୭.୫ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ଠାରୁ ୨୦ ପ୍ରତିଶତ କମ୍ । ୧୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବାବେଳେ ୧୩ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ।

ଭଦ୍ରକ ଓ ଯାଜପୁର ଜିଲ୍ଲାରେ ସବୁଠୁ କମ୍ ବର୍ଷା ରେକର୍ଡ କରାଯାଇଛି । ଗତ ୨୪ ଘଂଟାରେ ରାଜ୍ୟରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି । ଯାହାକି ଆବଶ୍ୟକ ବର୍ଷା ପରିମାଣ ଠାରୁ ୨୧% କମ ରହିଛି । ରାଜ୍ୟରେ ଲଗାତାର ଭାବେ ମୌସୁମୀ ବର୍ଷା ନିଷ୍କ୍ରିୟ ରହିଛି । ଲଘୁଚାପ ଜନିତ ବର୍ଷା ମଧ୍ୟ ହେଉନାହିଁ । ତେଣୁ ରାଜ୍ୟରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଏହି ସ୍ଥିତିରେ ବଙ୍ଗୋସାଗରରେ ସୃଷ୍ଟି ହୋଇଥିବା ଟ୍ରପ ଲାଇନ୍ ସକ୍ରିୟ ଅଛି । ବର୍ତ୍ତମାନ ସମୁଦ୍ର ପତ୍ତନରେ ଥିବା ପୂର୍ବ-ପଶ୍ଚିମ ନିମ୍ନଚାପ ରେଖା ଉତ୍ତରପଶ୍ଚିମ ରାଜସ୍ଥାନରୁ ଓଡିଶା ଦେଇ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି । ତାଛଡା ଉପକୂଳ ଓଡ଼ିଶାର ବାୟୁମଣ୍ଡଳରେ ଥିବା ସାଇକ୍ଲୋନିକ ସରକ୍ୟୁଲେସନ ଓ ଲଘୁଚାପ ମଧ୍ୟ କ୍ରିୟଶୀଳ ରହିଛି । ଯାହାକି ରାଜ୍ୟରେ ବର୍ଷା ପରିମାଣ ବଢାଇବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୧୭ ପରେ ରାଜ୍ୟକୁ ଆଉ ଏକ ଲଘୁଚାପ ରହିଛି ।

ଯାହାକି ଅନ୍ୟ ପାଣିପାଗ ନିୟମକ ପ୍ରଭାବରେ ଆସି ଅଧିକ କ୍ରିୟାଶୀଳ ହେବ ବୋଲି ଜଣା ପଡ଼ିଛି । ସୂଚାନଥାଉ କି, ଜୁନ ମାସରେ ମୌସୁମୀ ବର୍ଷା ପରିମାଣ କମିଥିଲା, ଜୁଲାଇ ମାସରେ ଏକାଧିକ ଲଘୁଚାପ ଥିବା କାରଣରୁ ବର୍ଷାର ପରିମାଣ ବଢିବା ଆଶଙ୍କା କରାଯାଇଥିଲା । ହେଲେ ଏବେ ତାହା ପ୍ରଭାବଶୂନ୍ୟ ହୋଇଥିବା ଅନୁମାନ କରାଯାଉଛି । ବିଶେଷ କରି ଦକ୍ଷିଣ ଉପକୂଳ ଅଂଚଳରେ ଏହି ଲହୁଛପ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ମାରିବା ସମ୍ଭାବନା ଥିଲା । ହେଲେ ଏହି ଭିତରେ ରାଜ୍ୟରେ କିଛି ବିଶେଷ ବର୍ଷା ରେକର୍ଡ ହୋଇନାହିଁ । ଏପରିକି ଏହି ମଧ୍ୟରେ ୧୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପ୍ରକାଶ କରିଛି । ରାଜ୍ୟରେ ହଲୁକାରୁ ମଧ୍ୟମ ଧରଣର ବର୍ଷା ଜରିରହିଥିବା ବେଳେ ଆଗକୁ ଏହି ପରିମାଣ ବଢୁଛି କି ନାହିଁ ତାହା ଦେଖିବାକୁ ରହିଲା । ଉଲ୍ଲେଖଯୋଗ୍ୟ, ଗୁରୁବାର ରାଜ୍ୟର କୌଣସି ଜିଲ୍ଲାକୁ ଭାରୀ ବର୍ଷା ନାହିଁ । ହେଲେ ମୌସୁମୀ ପ୍ରଭାବରୁ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking