26.1 C
Bhubaneswar
Friday, March 29, 2024
Homeଓଡିଶାଆଜି ୩ ଜିଲ୍ଲାରେ ହେବନି ଟିକାକରଣ

ଆଜି ୩ ଜିଲ୍ଲାରେ ହେବନି ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ଏବେ ଟିକାରକରଣ କ୍ଷେତ୍ରରେ ମାନ୍ଦା ଅବସ୍ଥା ଜାରି ରହିଛି । ଗତ ୮ ଦିନ ହେଲାଣି ରାଜ୍ୟର ଟିକା ଅଭାବ ଯୋଗୁଁ ଟିକାକରଣ କାର୍ଯ୍ୟକ୍ରମ ଠିକ ଭାବରେ ପରିଚାଳିତ ହୋଇପାରୁ ନାହିଁ । ଆଜି ରାଜ୍ୟରେ ୧୦୭୭ଟି ସ୍ଥାନରେ ଟିକାକରଣ କରାଯିବ। ଏହାବ୍ୟତୀତ ବାଲେଶ୍ୱର, ଢେଙ୍କାନାଳ ଓ ନବରଙ୍ଗପୁର ଆଦି ୩ ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ ବର୍ତ୍ତମାନ ୨ଲକ୍ଷ ୬୨ ହଜାର ୬୦ ଡୋଜ୍ କୋଭିସିଲ୍ଡ ଓ ୨ ଲକ୍ଷ ୩୨ ହଜାର ୫୩୦ ଡୋଜ୍ କୋଭାକ୍ସିନ୍ ଟିକା ରହିଛି । ଅନ୍ୟପଟରେ ଆଜି ରାଜ୍ୟରେ ୧ ଲକ୍ଷ ୪୬ ହଜାର ୯୪୭ ଜଣ ଟିକା ନେଇଛନ୍ତି । ଫଳରେ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧କୋଟି ୩୬ ଲକ୍ଷ ୭ ହଜାର ୨୭୪ ଜଣ ଟିକା ନେଲେଣି ।

ବର୍ତ୍ତମାନ ୧କୋଟି ୭ଲକ୍ଷ ୧୬ ହଜାର ୨୪୨ଜଣ ପ୍ରଥମ ଜୋଡ୍ ନେଇଥିଲାବେଳେ ୨୮ଲକ୍ଷ ୯୧ହଜାର ୩୨ଜଣ ଦ୍ୱିତୀୟ ଟିକା ନେଇଛନ୍ତି। ମୋଟ ଟିକାକରଣ ମଧ୍ୟରୁ ୩ ଲକ୍ଷ ୩୩ ହଜାର ୧୮୨ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ ଓ ୨ ଲକ୍ଷ ୮୨ ହଜାର ୯୦୨ ଜଣ ସ୍ୱାସ୍ଥ୍ୟ କର୍ମୀ ଦ୍ୱିତୀୟ ଡୋଜ୍ ଟିକା ନେଲେଣି । ସେହିପରି ୩ ଲକ୍ଷ ୧୬ ହଜାର ୬୧ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ ଓ ୧ଲକ୍ଷ ୮୮ହଜାର ୪୭୩ଜଣ ଦ୍ୱିତୀୟ ଡୋଜ ଲେଲେଣି । ୧୮ରୁ ୪୪ ବର୍ଷ ମଧ୍ୟରେ ୩୭ ଲକ୍ଷ ୭୭ହଜାର ୧୬୯ ପ୍ରଥମ ଡୋଜ ଓ ୧ଲକ୍ଷ ୯୮ ହଜାର ୫୬୫ ଜଣ ଦ୍ୱିତୀୟ ଡୋଜ ନେଇଛନ୍ତି । ସେହିପରି ୪୫ ବର୍ଷରୁ ଊର୍ଦ୍ଧ୍ୱ ୬୨ ଲକ୍ଷ ୮୯ ହଜାର ୮୩୭ ଜଣ ପ୍ରଥମ ଡୋଜ ଓ ୨୨ ଲକ୍ଷ ୨୧ହଜାର ୯୨ ଜଣ ଦ୍ୱିତୀୟ ଡୋଜ ନେଲେଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking