28.1 C
Bhubaneswar
Saturday, April 27, 2024
Homeଓଡିଶାଜାତୀୟ ସବ୍‌ଜୁନିୟର୍ ସଫ୍ଟବଲ୍ ପ୍ରତିଯୋଗିତା, ବାଳକରେ କେରଳଠୁ ହାରିଲା ଓଡ଼ିଶା

ଜାତୀୟ ସବ୍‌ଜୁନିୟର୍ ସଫ୍ଟବଲ୍ ପ୍ରତିଯୋଗିତା, ବାଳକରେ କେରଳଠୁ ହାରିଲା ଓଡ଼ିଶା

କଟକ: ବାଲିଯାତ୍ରା ପଡ଼ିଆରେ ମଙ୍ଗଳବାର ପୂର୍ବାହ୍ନରେ ଜାତୀୟ ସବ୍‌ଜୁନିୟର୍ ସଫ୍ଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଜି ବାଳକ ଓ ବାଳିକା ବିଭାଗର ପ୍ରିକ୍ୱାର୍ଟର ଫାଇନାଲ ମ୍ୟାଚ୍ ଖେଳା ଯାଇଥିଲା । ବାଳକ ବିଭାଗରେ ରାଜସ୍ଥାନ ୮-୦ ପଏଣ୍ଟରେ ହରିଆନାକୁ ପରାସ୍ତ କରିଥିବା ବେଳେ ତେଲେଙ୍ଗାନା ୧୦-୨ରେ ଦିଲ୍ଲୀକୁ ହରାଇଥିଲା । ସେହିପରି କର୍ଣ୍ଣାଟକକୁ ମହରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶକୁ ଛତିଶଗଡ଼ ୭-୦ରେ ହରାଇ ବିଜୟୀ ହୋଇଛନ୍ତି । ଓଡ଼ିଶାକୁ ୫-୨ପଏଣ୍ଟରେ କେରଳ ଓ ଆନ୍ଧ୍ରପ୍ରଦେଶକୁ ୫-୦ ପଏଣ୍ଟରେ ଉତ୍ତରାଖଣ୍ଡ ପରାସ୍ତ କରିଛି । ବାଳିକା ବିଭାଗରେ ଉତ୍ତରାଖଣ୍ଡ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ବିଜୟୀ ହୋଇଛନ୍ତି । ଏଥି ସହିତ ପ୍ରଥମ ଜାତୀୟ ବେସ୍‌ବଲ୍ ସବ୍‌ଜୁନିୟର୍ ପ୍ରତିଯୋଗିତା ମଧ୍ୟ ମଙ୍ଗଳବାର ଉଦ୍‌ଘାଟିତ ହୋଇଛି । ଏହି ପ୍ରତିଯୋଗିତାରେ ମୁଖ୍ୟଅତିଥି ଭାବେ ଓଡ଼ିଶା ଅଲମ୍ପିକ୍ ଆସୋସିଏସନ୍ ସାଧାରଣ ସମ୍ପାଦକ ଅଭିଜିତ ପାଲ୍ ଯୋଗ ଦେଇଥିଲେ । ଭାରତ ସଫ୍ଟବଲ୍ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ଏଲ୍‌.ଆର୍ ମୟୂରୀ, କୋଷାଧ୍ୟକ୍ଷ ଶ୍ରୀକାନ୍ତ ଥୋରାଟ, ସିଇଓ ଡ. ପ୍ରବୀଣ ଅନାଉକର୍‌, ଓଡ଼ିଶା ସଫ୍ଟବଲ୍ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଓ ସହଦେବ ରାଉତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking