39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଗ୍ଲୋବାଲ ୱେଷ୍ଟର୍ଣ୍ଣ ଓଡ଼ିଶାର ଇ - ନୂଆଖାଇ ରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ...

ଗ୍ଲୋବାଲ ୱେଷ୍ଟର୍ଣ୍ଣ ଓଡ଼ିଶାର ଇ – ନୂଆଖାଇ ରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ

ମାଞ୍ଚେଷ୍ଟର / ଦୁବାଇ/ ବେଙ୍ଗାଳୁରୁ / ନୂଆଦିଲ୍ଲୀ, : ଗ୍ଲୋବାଲ ୱେଷ୍ଟର୍ଣ୍ଣ ଓଡ଼ିଶା ଦ୍ୱାରା ପ୍ରଥମ ଥର ପାଇଁ ଆୟୋଜିତ ଆନ୍ତର୍ଜାତିକ ଇ – ନୂଆଖାଇ ମହୋତ୍ସବ ଅବସରରେ ରଙ୍ଗାରଙ୍ଗ ଓ ରସାଦାର ସାଂସ୍କୃତିକ କାର୍ଯ୍ୟକ୍ରମ ର ଝଲକ ଦେଖିବାକୁ ମିଳିଥିଲା | “ନୂଆଖାଇ ଭେଟଘାଟ – ୨୦୨୦” ଶୀର୍ଷକ ଏହି ଇଣ୍ଟରନେଟ ସମାରୋହ ରେ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ସୁନାମ ଧନ୍ୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ଆନିମେସନ ଜରିଆରେ ତାଙ୍କର ଅପୂର୍ବ କଳାଚାତୁର୍ଯ୍ୟ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକ ବୃନ୍ଦଙ୍କୁ ଚମତ୍କୃତ କରି ଦେଇଥିଲେ |

ଅନଲାଇନ ସାଂସ୍କୃତିକ ଅଧିବେଶନ ର ଅନ୍ୟାନ୍ୟ ବିଶେଷ ଆକର୍ଷଣ ମଧ୍ୟରେ ପ୍ରଭାସ ପତି, ସୋନାଲିକା ମିଶ୍ର, ଅର୍ଚ୍ଚନା ପାଢ଼ୀ, ଶାଶ୍ୱତ ତ୍ରିପାଠୀ, ସଞ୍ଜନା ମେହର, ନୀଳାଞ୍ଚଳ ପାନ, ପ୍ରଜ୍ୱଳ ଷଡ଼ଙ୍ଗୀ, ସୁମି ପୁଜାହାରୀ, କାବେରୀ ପ୍ରିୟଦର୍ଶିନୀ, ପଦ୍ମିନୀ ପାଣିଗ୍ରାହୀ, ସୁବ୍ରତ ସାହୂ, ସୁଶ୍ରୀ ରଶ୍ମି, ଅଭିଜୀତ ପାଢ଼ୀ ଓ ଜୟପ୍ରକାଶ ପୁଜାହାରୀ ପ୍ରମୁଖଙ୍କର ମନଲୋଭା ସଙ୍ଗୀତ ପରିବେଷଣ, ପୀତମ ମିଶ୍ର ଓ ସାଥୀ, ସ୍ୱପ୍ନା ମେହର ଓ ଟିମ୍ ଙ୍କର ଅର୍କେଷ୍ଟ୍ରା ମେଲୋଡି ପ୍ରସ୍ତୁତି, କଳାଜୀବି ବରଗଡ଼,ଯାଇପାଟଣା ର ରିଦିମ ଟିମ୍, ଜାୟା ଯୋଶୀ, ଆଭାରାଣୀ ସାହୁ, ଅଦ୍ଭୁତ ଶିଶୁ ଶ୍ରୀନିକାଙ୍କ ଦ୍ୱାରା ମନୋରଞ୍ଜକ ଓ ମନମୁଗ୍ଧକର ନୃତ୍ୟ ପ୍ରଦର୍ଶନ ଆଦି ଅନ୍ତର୍ଭୁକ୍ତ ଥିଲା |

ସମଗ୍ର ଆୟୋଜନ ଗ୍ଲୋଓ ର ସଭାପତି ଆଶୁତୋଷ ଦାସ, ସାଧାରଣ ସମ୍ପାଦକ ସତ୍ୟେନ୍ଦ୍ର ନାଥ ପଣ୍ଡା, ଆନ୍ତର୍ଜାତିକ ଉପଦେଷ୍ଟା ପ୍ରିତୀଶ ଦାଶ, ସନ୍ତୋଷ ମିଶ୍ର ଓ ବରିଷ୍ଠ ସଦସ୍ୟ ଗଜେନ୍ଦ୍ର ସାହୁ ପ୍ରମୁଖ ଙ୍କର ସକ୍ରିୟ ତଥା ସୁଦକ୍ଷ ତତ୍ୱାବଧାନରେ ସମ୍ପନ୍ନ ହୋଇଥିଲା | ଜାଗୃତି ରଥଙ୍କ ଦ୍ୱାରା ଡିଜିଟାଲ ମଞ୍ଚ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକର ସୁନ୍ଦର, ସାବଲୀଳ ଓ ସୁଚାରୁ ରୂପେ ଉପସ୍ଥାପନା, ଦର୍ଶକ ମାନଂକ ଦ୍ୱାରା ବେଶ ଆଦୃତ ହୋଇଥିଲା | ଚେନ୍ନାଇ ରୁ ସିଦ୍ଧାର୍ଥ ବାବୁ କଣ୍ଟ୍ରୋଲ ରୁମକୁ ଦକ୍ଷତା ର ସହିତ ନିୟନ୍ତ୍ରଣ କରିଥିଲେ | ୱେବ ଉତ୍ସବ କୁ ପରିଚାଳନା କରିବାରେ ଗ୍ଲୋଓ ର ଉପସଭାପତି ମୋହିତ ମିଶ୍ର, ସଂଜୀବ ନନ୍ଦ , ଯୁଗ୍ମ ସମ୍ପାଦକ ସୀମିତା ଷଡ଼ଙ୍ଗୀ, ଅଜିତ ପତି, କୋଷାଧ୍ୟକ୍ଷ ରମାକାନ୍ତ ସାହୁ କାର୍ଯ୍ୟକାରୀ କମିଟି ସଦସ୍ୟ ମମତା ପ୍ରଧାନ ନାୟକ, ରଜନୀ ଭରଦ୍ୱାଜ, ରଜତ ରାଜ ପାଣିଗ୍ରାହୀ ଏବଂ ସୂର୍ଯ୍ୟ ବେହେରା ପ୍ରମୁଖ ସହଯୋଗ କରିଥିଲେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking