ବାଲିମେଳା ସହରରୁ 12 ଫୁଟର ଅଜଗର ସାପ ଉଦ୍ଧାର : ଜଙ୍ଗଲରେ ଛାଡିଲା ବନ ବିଭାଗ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଥିବା ଘଞ୍ଚ ଜଙ୍ଗଲ ଓ ପାହାଡ ଗୁଡିକ ଶ୍ରୀହୀନ ହେବାରେ ଲାଗିଛି ।ଫଳରେ ଜଙ୍ଗଲରେ ରହୁଥିବା ସାପ, ଭାଲୁ, ଓ ଅନ୍ୟନ୍ୟ ବନ୍ୟଜନ୍ତୁ ଓ ଶରୀସୃପ ମୁଖ୍ୟତଃ ବର୍ଷା ଲାଗି ରହିଥିବା ଯୋଗୁଁ ଆବଶ୍ୟକୀୟ ଖାଦ୍ୟ ଅଭବାରୁ ଖାଦ୍ୟ ଅନ୍ୱେଷଣ ରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାତାର ଭାବେ ଜନ ବସତି ମୁହାଁ ହେଉଥିବା ଦେଖିବାକୁ ମିଳୁଛି ।

ଏଭଳି ସ୍ଥିତିରେ ଆଜି ପୁଣି ଏକ ବିରାଟ ଅଜଗର ସାପ ମାଲକାନଗିରି ଜିଲ୍ଲା ବାଲିମେଳା NAC ଅଧିନସ୍ଥ ଧନପୁରିୟା ସାହି ଜଣଙ୍କ ବାଡ଼ିରେ ବୁଲୁଥିବା ଘର ମାଲିକ ଓ ସ୍ଥାନୀୟ ଲୋକମାନେ ଦେଖି ବାଲିମେଳା ବନ ବିଭାଗ କୁ ଖବର ଦେଇଥିଲେ ।ସୂଚନା ପାଇ ତୁରନ୍ତ ବାଲିମେଳା ରେଞ୍ଜର ସୁଶାନ୍ତ କୁମାର ଦଳାଇ ଙ୍କ ନିର୍ଦ୍ଧେଶ କ୍ରମେ ଫରେଷ୍ଟର ଶିବାନନ୍ଦ ଲେଙ୍କା ଓ ଅନ୍ୟ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରି ପାଖ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦେଇଛନ୍ତି ।ଉଦ୍ଧାର ହୋଇଥିବା ସାପଟି ପ୍ରାୟ 12 ଫୁଟ ଲମ୍ବା । ତାହାର ଓଜନ ପ୍ରାୟ 20 କିଲୋ ରୁ ଉର୍ଦ୍ଧ ହେବବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here