38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶସ୍ପର୍ମ ନୁହେଁ ଏବେ ସେଲ୍ସ ଦ୍ୱାରା ଜନ୍ମ ହେବ ସନ୍ତାନ, ଦୁନିଆର ପ୍ରଥମ କୁତ୍ରିମ ଭ୍ରୁଣର...

ସ୍ପର୍ମ ନୁହେଁ ଏବେ ସେଲ୍ସ ଦ୍ୱାରା ଜନ୍ମ ହେବ ସନ୍ତାନ, ଦୁନିଆର ପ୍ରଥମ କୁତ୍ରିମ ଭ୍ରୁଣର ତିଆରି କଲା ଇସ୍ରାଏଲ….

ଇସ୍ରାଏଲ: ଆମେ ଜାଣିଛେ କି ବର୍ତ୍ତମାନ ବିଶ୍ୱରେ ଟେକ୍ନୋଲୋଜିରେ ଆମେରିକା ସବୁଠୁ ଆଗରେ ରହିଛି । ଆଉ ତା ସହ ଚିନ ମଧ୍ୟ ପ୍ରତିଯୋଗୀ ଭାବରେ ପଛକୁ ପଛ ପ୍ରସ୍ତୁତ ହୋଇରହିଛି । କିନ୍ତୁ ଏବେ ଆଉ ଏକ ଖବର ଜାଣନ୍ତୁ କି ଇସ୍ରାଏଲ ଭଳି ଦେଶ ଏବେ ଆମେରିକା ସହ ପ୍ରତିଯୋଗୀତା କରିବାକୁ ବସିଲାଣି । ସେ ପୁଣି ଟେକ୍ନୋଲୋଜିରେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଇସ୍ରାଏଲ ଏବେ ପୁରା ଦୁନିଆର ଧ୍ୟାନ ଆକର୍ଷଣ କରୁଛି । ଇସ୍ରାଏଲ ଏବେ ଦୁନିଆର ପ୍ରଥମ କୁତ୍ରିମ ଭ୍ରୁଣ ତିଆରି କରୁଛି । ଯାହା ସତରେ ଆଶ୍ଚର୍ଯ୍ୟ କଳାଭଳି ।

ଇସ୍ରାଏଲ ଏବେ ଚର୍ଚ୍ଚାରେ । କାରଣ ଇସ୍ରାଏଲ ଏବେ ତିଆରି କରିଛି ଦୁନିଆର ପ୍ରଥମ କୁତ୍ରିମ ଭ୍ରୁଣ । ଯାହା ସତରେ ସମସ୍ତଙ୍କୁ ଚକିତ କରୁଛ ି। ଖାସ କଥା ହେଉଛି ଏହା ଏବେ ପ୍ରୋସେସିଙ୍ଗରେ । ମାନେ ଏହି କୁତ୍ରିମ ଭ୍ରୁଣର ନିଶ୍ୱାସ ବି ଚାଲିଛି ଓ ଏହାର ବିକାଶ ମଧ୍ୟ ହେଉଛି ।

କୁହାଯାଏ ଗୋଟେ ଜୀବକୁ ସୃଷ୍ଟି କରିବାକୁ ତିନୋଟି ଜିନିଷର ଆବଶ୍ୟକତା ପଡିଥାଏ । ଯେଉଁଥିରେ ସ୍ପର୍ମ, ଏଗ, ଓ ଭ୍ରୁଣର ବିକାଶ ପାଇଁ କୋଳର ଆବଶ୍ୟକତା ରହିଛି । କିନ୍ତୁ ତିନିଟି ବିନା ହିଁ କୁତ୍ରିମ ଭ୍ରୁଣର ନିର୍ମାଣ କରିଛି ଇସ୍ରାଏଲ । ଏବଂ ଏପର୍ଯ୍ୟନ୍ତ ଏହାର ରେଜଲ୍ଟ ମଧ୍ୟ ପଜିଟିଭ ରହିଛି । କିନ୍ତୁ ପ୍ରଶ୍ନ ଉଠୁଛି ଏହା କେମିତି ସମ୍ଭବ । ଇତ୍ସାଏଲ ଏହାକୁ କେମିତି କରିପାରିଲା ।

କହିରକୁଛୁ କି ଇସ୍ରାଏଲର ୱାଇଜମ୍ୟାନ ଇନଷ୍ଚିଚ୍ୟୁଟ ଷ୍ଟେମ ସେଲ୍ସ ଦ୍ୱାରା ଏହି କାରନାମା କରିଛି । ପ୍ରଥମେ ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ଅନୁମାନ ଲଗାଇଲେ କି ଏହିଭଳି ଭ୍ରୁଣ ତିଆରି କରାଯାଇପାରେ । ଏବଂ ଏହାପରେ ସେମାନେ ସଫଳ ହୋଇଛନ୍ତି । ଏମିତିକି ଭ୍ରୁଣର ହାର୍ଟ ହେବା ସହ ବିକାଶ ମଧ୍ୟ ର‍୍ୟାପିଡିଲି ହେବାରେ ଲାଗିଛି । କିନ୍ତୁ ଏହି ଭ୍ରୁଣ ମୂଷାର ଅଟେ । ମୂଷା ଉପରେ ପ୍ରଥମେ ଏହି ମେଥର୍ଡର ପ୍ରୟୋଗ କରାଯାଇଛି । ଯେଉଁଥିରେ ଏବେ ମୂଷାର ଲାଞ୍ଜ ଆସିବା ମଧ୍ୟ ଦେଖାଗଲାଣି ।

ଏହା ଏକପ୍ରକାରର କୁତ୍ରିମ ଭ୍ରୁଣ । କାରଣ ଏହାକୁ ଫର୍ଟିଲାଇଜ୍ଡ ଅଣ୍ଡା ବିନା ତିଆରି କରାଯାଇଛି । ଏହା ଦ୍ୱାରା ଏହାର ଭ୍ରୁଣର କିଭଳି ବିକାଶ ହେଉଛି ସେ ବିଷୟରେ ଠିକ ଭାବରେ ସୂଚନା ମିଳିପାରିବ । କିନ୍ତୁ ଅନୁସନ୍ଧାକରୀଘ୍କ ମାନିବା କଥା କି ଏହା ଦ୍ୱାରା ପଶୁଙ୍କ ଉପରେ ହେଉଥିବା ପ୍ରୟୋଗକୁ କମ କରାଯାଇପାରିବ । ଏମିତିକି ମନୁଷ୍ୟର ଅନେକ ପ୍ରକାରର ଟ୍ରାନ୍ସପ୍ଲାଣ୍ଟେସନ ମଧ୍ୟ ଏହାଦ୍ୱାରା ନିୟାଇପାରିବ । ଯାହାଦ୍ୱାରା ଲ୍ୟୁକୋମିଆ ରୋଗୀର ସ୍କିନ କୋଶିକାକୁ ଚିକିତ୍ସା କରିବା ପାଇଁ ବୋନ ମ୍ୟାରୋ କୋଶିକା ଭାବରେ ବଦଳା ଯାଇପାରେ ।

ରିପୋର୍ଟ ହିସାବରେ ଷ୍ଟେମ ସେଲ୍ସ ଦ୍ୱାରା ବନାଯାଇଥିବା ଏହି ଭ୍ରୁଣକୁ ଏକ ଖାସ ସ୍ଥାନରେ ରଖାଯାଇଥିଲା ଓ ସେହି ସ୍ଥାନରେ ହିଁ ଭ୍ରୁଣର ବିକଶିତ କରାଯାଉଛି । ଏହା ଏତିପାଇଁ ଖାସ କାରଣ ଏହା ବିନା ଗର୍ଭରେ ଷ୍ଟେମ ସେଲ୍ସ ଦ୍ୱାରା ଜୀବର ସୃଷ୍ଟି କରାଯାଉଛି । ଏଥିପାଇଁ ବୈଜ୍ଞାନିକମାନେ ସେହି ପ୍ରକାରର ଉପାୟର ବ୍ୟବହାର କରୁଛନ୍ତି ଯାହା ଗୋଟେ ଗର୍ଭରେ ଭ୍ରୁଣର ବିକାଶ ପାଇଁ କାମରେ ଆସେ । ଅର୍ଥାତ କୁତ୍ରିମ ଉପାୟରେ ହିଁ ସେହିଭଳି ସଠିକ ମାହୋଲ ତିଆରି କରାଯାଇଛି ।

ପୂର୍ବରୁ ମଧ୍ୟ ଏହି ଚେଷ୍ଠା କରାଯାଇଛି । କିନ୍ତୁ ସବୁବେଳେ କୋଶିକାର ଉତ୍ପାଦନ କରିବା ମୁସ୍କିଲ ହୋଇଥାଏ । କାରଣ ପ୍ରତ୍ୟାରୋପଣ ପାଇଁ ଏକ ଖାସ ଉପଯୁକ୍ତ ପରିବେଶ ହୋଇପାରିନଥାଏ । କୁହାଯାଉଛି ଓ ମାନାଯାଉଛି କି ଏହି ଅନୁସନ୍ଧାନ ଆଗକୁ ବହୁ ପ୍ରକାରର ରିସର୍ଚ୍ଚ ପାଇଁ ସାହାଯ୍ୟ କରିବ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇବ । ଯାହାକୁ ଆଧାର ରୂପରେ ଅନ୍ୟ ଭ୍ରୁଣ ତିଆରି କରିବାରେ ସାହାଯ୍ୟ ବି ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking