31.1 C
Bhubaneswar
Monday, May 6, 2024
Homeଦେଶ ବିଦେଶରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି

ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି

ନୂଆଦିଲ୍ଲୀ: ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସନ୍ଧ୍ୟା ୬ଟାରେ ଶପଥ ଗ୍ରହଣ ସମାରୋହ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ରାଷ୍ଟ୍ରପତି ଙ୍କ ଅନୁମୋଦନ ପାଇଁ ମନ୍ତ୍ରୀଙ୍କ ତାଲିକା ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ସଂପ୍ରସାରଣ ଆଜି ସନ୍ଧ୍ୟା ୬ଟାରେ କରାଯିବ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂତନ କ୍ୟାବିନେଟ ଭାରତ ଇତିହାସରେ ସବୁଠାରୁ କନିଷ୍ଠ ହେବ । ସୂତ୍ରରୁ ପ୍ରକାଶ ଯେ  ବର୍ତ୍ତମାନ ପର‌୍ୟ୍ୟନ୍ତ ହାରାହାରି ବୟସ ସର୍ବନିମ୍ନ ଏବଂ ଶିକ୍ଷାଗତ ଯୋଗ୍ୟତା ସର୍ବାଧିକ ହେବ । ଏଥିରେ ପିଏଚଡି, ଏମବିଏ, ପୋଷ୍ଟ ଗ୍ରାଜୁଏଟ୍ ଏବଂ ପ୍ରଫେସନାଲ୍ ଅନ୍ତର୍ଭୁକ୍ତ ହେବେ ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ଘରେ ପହଂଚିଛନ୍ତି ରାଜ୍ୟସଭା ସାଂସଦ  ଅଶ୍ୱିନୀ ବୈଷ୍ଣବ । ବିଜେଡି ସମର୍ଥନରେ ବିଜେପିରୁ ରାଜ୍ୟସଭା ଯାଇଛନ୍ତି ବୈଷ୍ଣବ । ପୂର୍ବତନ ଓଡିଶା କ୍ୟାଡର ଆଇଏଏସ ଅଶ୍ୱିନୀ ବୈଷ୍ଣବ । ତେବେ ଟିମ ମୋଦିରେ ସାମିଲ ହୋଇପାରନ୍ତି ୧୮ ଜଣ ନୂଆ ମନ୍ତ୍ରୀ । ରାଷ୍ଟ୍ରପତି ଭବନକୁ ୧୮ ଜଣଙ୍କ ନାଁ ଯାଇଥିବା ସୂଚନା ମିଳିଛି । ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୱାଲ ନାଁ ଯାଇଥିବା ଖବର ରହିଛି । ସେହିଭଳି ପଶୁପତି ପାରସ, ନାରାୟଣ ରାଣେ, ଭୂପେନ୍ଦ୍ର ଯାଦବ, ଅନୁପ୍ରିୟା ପଟେଲ, ମିନାକ୍ଷୀ ଲେଖି, ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଏଥିରେ ସାମିଲ ରହିଛି । ରାଷ୍ଟ୍ରମନ୍ତ୍ରୀ ଥିବା ୩ ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିବା ନେଇ ମଧ୍ୟ ଆଭାସ ମିଳିଛି ।
ଅନ୍ୟପଟେ ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ କିଛି ମନ୍ତ୍ରୀ ବାଦ୍ ପଡିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଶିକ୍ଷାମନ୍ତ୍ରୀ ରମେଶ ପୋଖରୀଆଲ ନିଶଙ୍କ ବାଦ ପଡିବା ନେଇ ଚର୍ଚ୍ଚା ହେଉଛି । ସ୍ୱାସ୍ଥ୍ୟଗତ କାରଣରୁ ପୋଖରିଆଲ ବାଦ୍ ପଡିବା ନେଇ ଚର୍ଚ୍ଚା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking