33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶପ୍ରଧାନମନ୍ତ୍ରୀଙ୍କ ଘରେ ଅଶ୍ୱିନୀ ବୈଷ୍ଣବ

ପ୍ରଧାନମନ୍ତ୍ରୀଙ୍କ ଘରେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଘରେ ପହଂଚିଛନ୍ତି ରାଜ୍ୟସଭା ସାଂସଦ  ଅଶ୍ୱିନୀ ବୈଷ୍ଣବ । ବିଜେଡି ସମର୍ଥନରେ ବିଜେପିରୁ ରାଜ୍ୟସଭା ଯାଇଛନ୍ତି ବୈଷ୍ଣବ । ପୂର୍ବତନ ଓଡିଶା କ୍ୟାଡର ଆଇଏଏସ ଅଶ୍ୱିନୀ ବୈଷ୍ଣବ । ତେବେ ଟିମ ମୋଦିରେ ସାମିଲ ହୋଇପାରନ୍ତି ୧୮ ଜଣ ନୂଆ ମନ୍ତ୍ରୀ । ରାଷ୍ଟ୍ରପତି ଭବନକୁ ୧୮ ଜଣଙ୍କ ନାଁ ଯାଇଥିବା ସୂଚନା ମିଳିଛି । ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୱାଲ ନାଁ ଯାଇଥିବା ଖବର ରହିଛି । ସେହିଭଳି ପଶୁପତି ପାରସ, ନାରାୟଣ ରାଣେ, ଭୂପେନ୍ଦ୍ର ଯାଦବ, ଅନୁପ୍ରିୟା ପଟେଲ, ମିନାକ୍ଷୀ ଲେଖି, ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଏଥିରେ ସାମିଲ ରହିଛି । ରାଷ୍ଟ୍ରମନ୍ତ୍ରୀ ଥିବା ୩ ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିବା ନେଇ ମଧ୍ୟ ଆଭାସ ମିଳିଛି ।
ଅନ୍ୟପଟେ ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ କିଛି ମନ୍ତ୍ରୀ ବାଦ୍ ପଡିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଶିକ୍ଷାମନ୍ତ୍ରୀ ରମେଶ ପୋଖରୀଆଲ ନିଶଙ୍କ ବାଦ ପଡିବା ନେଇ ଚର୍ଚ୍ଚା ହେଉଛି । ସ୍ୱାସ୍ଥ୍ୟଗତ କାରଣରୁ ପୋଖରିଆଲ ବାଦ୍ ପଡିବା ନେଇ ଚର୍ଚ୍ଚା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking