37.1 C
Bhubaneswar
Thursday, March 28, 2024
Homeଅପରାଧ୧୨ ଘଣ୍ଟା ଭିତରେ ଦୁଇ ଜଣଙ୍କୁ ନିର୍ମମ ହତ୍ୟା

୧୨ ଘଣ୍ଟା ଭିତରେ ଦୁଇ ଜଣଙ୍କୁ ନିର୍ମମ ହତ୍ୟା

ବିହାର: ବିହାର ରାଜଧାନୀ ପାଟଣାରେ ଅପରାଧୀମାନେ ନିର୍ଭୟରେ ବୁଲୁଛନ୍ତି । ପ୍ରଶାସନିକ ବ୍ୟବସ୍ଥାକୁ ଚ୍ୟାଲେଂଜ ଦେଇ ଅପରାଧୀ ହତ୍ୟା ଲୁଟ ଭଳି ଅପରାଧ ଘଟାଇ ଚାଲିଛନ୍ତି । ତାଜା ସୂଚନା ରାଜଧାନୀ ପାଟଣାରୁ ଆସିଛି । ଯେଉଁଠି ୧୨ ଘଣ୍ଟା ଭିତରେ ଅପରାଧୀମାନେ ଦୁଇ ଜଣଙ୍କୁ ମୃତ୍ୟୁ ମୁଖରେ ପହଂଚାଇଛନ୍ତି । ଏହି ଘଟଣା ପରେ ଲୋକେ ଆତଙ୍କୀତ ଅବସ୍ଥାରେ ରହିଛନ୍ତି । ବର୍ତମାନ ପୁଲିସ ଏହି ଦୁଇ ଘଟଣାର ତଦନ୍ତ ଚଲାଇଛି ।
ପ୍ରଥମ ଘଟଣା ପାଟଣା ପାଟଣା ସିଟିର ଚୌକ ଥାନା ଅଂଚଳର । ଯେଉଁଠି ଜାଲାନ ସ୍କୁଲ କ୍ୟାମ୍ପସରେ ଅପରାଧୀମାନେ ଇଟା ପଥରରେ ଜଣେ ୨୮ ବର୍ଷୀୟ ଯୁବକକୁ ମାରି ହତ୍ୟା କରିଛନ୍ତି । ଖବର ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ନାଲନ୍ଦା ମେଡିକାଲ କଲେଜ ପଠାଇଛି । ବର୍ତମାନ ଛାନଭିନ ଚଲାଇଛି ପୋଲିସ ।
ଆଉ ଘଟଣା ପାଟଣା ସିଟି ଆଲମଙ୍ଗଜ ଥାନା ଅଂଚଳର ବେଲବର ଗଂଜରେ ଘଟିଛି । ସେଠାରେ ଅପରାଧୀମାନେ ମିଥଲେଶ ଗୋପ ନାମକ ଜଣେ ବ୍ୟକ୍ତିକୁ ଗୁଳି ମାରି ହତ୍ୟା କରିଛନ୍ତି । ଘଟମା ପରେ ସ୍ଥାନୀୟ ଲୋକେ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ସୂଚନା ପାଇ ସେଠାରେ ପହଂଚି ତଦନ୍ତ ଆରମ୍ଭ କରିଛି । ତାଙ୍କର ହତ୍ୟା ଜମି ବିବାଦକୁ ନେଇ ହୋଇଥିବା ପୁଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking