25.1 C
Bhubaneswar
Thursday, May 9, 2024
Homeବ୍ରେକୀଙ୍ଗଷ୍ଟିଲ ସିଟିରେ ବାସି ଛାଡଖାଇରେ ଜମିଲା ଆମିଷ ବଜାର

ଷ୍ଟିଲ ସିଟିରେ ବାସି ଛାଡଖାଇରେ ଜମିଲା ଆମିଷ ବଜାର

ରାଉରକେଲା: କାର୍ତିକ ପୂର୍ଣ୍ଣିମା ସରିବା ପରେ ଏବେ ଦୀର୍ଘ ଦିନ ଆମିଷ ଖାଇନଥିବା ବ୍ୟକ୍ତି ମାନେ ଛାଡଖାଇରେ ଆମିଷ ବଜାର ମୁହାଁ ହୋଇଥିବା ଦେଖିବାକୁ ମିଳିଛି । ଆଜି ବାସି ଛାଡ଼ଖାଇରେ  ଆମିଷ ବଜାରରେ ଗ୍ରାହକଙ୍କ ମାତ୍ରାଧିକ ଗହଳି ହେବା ଆଶା କରାଯାଉଛି । ଏଥର ଛାଡଖାଇରେ ଭଲ ବେପାର ବେପାର କରିଥିଲେ ଆମିଷ କାରବାର କରୁଥିବା ଛୋଟ, ମଧ୍ୟମ ଓ ବଡ଼ ବେପାରୀ ।  ଯେଉଁ ବର୍ଷ ଛାଡଖାଇରେ ଭଳ ବାରରେ ପଡେନାହିଁ, ତହିଁ ପରଦିନକୁ ଆମିଷ ଭୋଜନ କରି ଛାଡ଼ଖାଇ ପାଳିଥାନ୍ତି ଲୋକେ । ବ୍ରତ କାଳରେ ଯେଉଁ ଖାଦ୍ୟକୁ ପରିତ୍ୟାଗ କରାଯାଇଥାଏ, ବ୍ରତ ଶେଷରେ ତାହା ଖାଇବା ହେଉଛି ଛାଡ଼ଖାଇ । ସାଧାରଣତଃ ବିଧବା ନାରୀ ମାନେ ଛାଡଖାଇରେ ବିଭିନ୍ନ ତରକାରୀ, ବିଭିନ୍ନ ପ୍ରକାର ଶାଗ ଭୋଜନ କରୁଥିବା ବେଳେ, ଅନ୍ୟ ବ୍ୟକ୍ତି ମାନେ ଆମିଷ ଭୋଜନ କରିଥାନ୍ତି । ଛାଡଖାଇରେ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ଆମିଷ ବଜାରରେ ଅହେତୁକ ଭିଡ଼ ଦେଖିବାକୁ ମିଳିଥିଲା । ଆମିଷ ବଜାରରେ ମାଛର ଚାହିଦା ସର୍ବାଗ୍ରେ ରହିଥିବା ବେଳେ, ଛେଳି ମାଂସ, କୁକୁଡ଼ା ମାଂସ ଓ ଅଣ୍ଡାର ବ୍ରିକି ଜୋରସୋରରେ ଦେଖିବାକୁ ମିଳେ । ରାଉରକେଲାର କିଛି ଜାଗାରେ ବଢି ଭୋରରୁ ଲୋକେ ଭଲ ଛେଳି ମାଂସ (ଖାସି) ପାଇବା ପାଇଁ ଲମ୍ବା ଲାଇନ କରିବା ଦେଖିବାକୁ ମିଳିଥିଲା । ଛାଡଖାଇରେ ହଜାର ହଜାର ସଂଖ୍ୟାର ଛେଳିର ବଳି ପଡ଼ିଥିବା ବେଳେ ସେହି ଅନୁପାତରେ ଚିକେନ ଓ ମାଛ ମାର୍କେଟରେ ବେପାର ଜମିଥିଲା ।  ରାଉରକେଲା ଆମିଷ ବଜାରରେ ମାଂସ କିଲୋ ପ୍ରତି ୫୫୦ରୁ ୬୦୦ ଟଙ୍କା ଥିବା ବେଳେ, ଦେଶୀ ଚିକେନ ୩୫୦ରୁ ୩୭୦ ଟଙ୍କା, ବ୍ରୟଲର ଚିକେନ ୧୮୦ ଟଙ୍କା ରହିଛି । ରାଉରକେଲାର ୧୦୦ରୁ ଉର୍ଦ୍ଧ ଚିକେନ ଷ୍ଟଲରେ କୁକୁଡ଼ା ମାଂସ ବିକ୍ରି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking