33.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଟାଙ୍ଗରପାଲୀ ଥାନା ପୁଲିସ ପକ୍ଷରୁ ଯାନବାହାନ ଯାଂଚ

ଟାଙ୍ଗରପାଲୀ ଥାନା ପୁଲିସ ପକ୍ଷରୁ ଯାନବାହାନ ଯାଂଚ

ରାଉରକେଲା: କଡ଼ାକଡ଼ି ଭାବେ ଲାଗୁ ହୋଇଛି ପରିବହନ ନିୟମ । ଚଳିତ ମାସର ଶେଷ ସପ୍ତାହ ପର୍ଯ୍ୟନ୍ତ ଦୁଇ ଚକିଆ, ଚାରିଚକିଆ ଯାନବାହାନ ଯାଂଚ ଜାରି ରହିବ ବୋଲି ସୂଚନା ମିଳିଛି । ଟାଙ୍ଗରପାଲୀ ଥାନା ପୁଲିସ ପକ୍ଷରୁ ସାରନଗରୀ ସ୍ଥିତ ଲୋକନାଥ ମାର୍କେଟ ଛକ ଠାରେ ଦୁଇ ଚକିଆ ଓ ଚାରି ଚକିଆ ଯାନର କଡ଼ାକଡ଼ି ଯାଂଚ କରାଯାଇଥିଲା । ଥାନାଧିକାରୀ ରବିନ୍ଦ୍ର କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଯାଂଚ ପ୍ରକିୟା କରାଯାଇଥିବା ବେଳେ ଥାନାର ଅନ୍ୟ ପୁଲିସ କର୍ମୀ ମାନେ ଉପସ୍ଥିତ ଥିଲେ । ମିଳିଥିବା ସୂଚନା ଅନୁଯାୟୀ,  ନାବାଳକଙ୍କ ଗାଡ଼ି ଚାଳନା ପାଇଁ ଅଭିଭାବକଙ୍କୁ ୨୫ ହଜାର ଜରିମାନା ସହ ୩ ବର୍ଷ କାରାଦଣ୍ଡ, ଦ୍ରୁତ ଗତିରେ ଗାଡ଼ି ଚଳାଇଲେ ୫ ହଜାର, ମଦ୍ୟପାନ କରି ଗାଡ଼ି ଚାଳନା କଲେ ୧୦ ହଜାର ଟଙ୍କା, ବିପଦପୂର୍ଣ୍ଣ ଭାବେ ଗାଡ଼ି ଚାଳନା କଲେ ୫ ହଜାର ଅବା ତଦୁର୍ଦ୍ଧ, ଟ୍ରାଫିକ ନିୟମ ଉଲ୍ଲଘଂନ କଲେ ୫ଶହ ଟଙ୍କା,  ବିନା ହେଲମେଟରେ ଗାଡ଼ି ଚାଳନା ତଥା ତିନି ଜଣ ବାଇକରେ ଗଲେ ଏକ ହଜାର ଟଙ୍କା ଜରିମାନା ସହିତ ତିନି ମାସ ପର୍ଯ୍ୟନ୍ତ ଲାଇସେନ୍ସ ରଦ୍ଦ ହେବ । ସେହିପରି ବିନା ଲାଇସେନ୍ସରେ ଗାଡ଼ି ଚାଳନା କଲେ ୫ ହଜାର ଟଙ୍କା ଓ ବିନା ଇନ୍ସ୍ୟୁରାନ୍ସରେ ଗାଡ଼ି ଚଳାଇଲେ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ସେହିପରି ବିନା ସିଟ୍ ବେଲ୍ଟରେ ଚାରି ଚକିଆ ଯାନ ଚାଳନା କଲେ  ଚାଳନାକାରୀଙ୍କୁ ଏକ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking