35.1 C
Bhubaneswar
Tuesday, April 23, 2024
Homeଓଡିଶାଆବାସ ଯୋଜନା ସାତସପନ, ପର ପିଣ୍ଢାରେ ୨ ପୁଅ

ଆବାସ ଯୋଜନା ସାତସପନ, ପର ପିଣ୍ଢାରେ ୨ ପୁଅ

ଫୁଲବାଣୀ : କେନ୍ଦ୍ର ଓ ରାଜ୍ୟ ସରକାର ଗୃହହୀନ ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନା ଭଳି ବହୁ ଯେଜାନାର ପ୍ରଣୟନ କରିଛନ୍ତି । କନ୍ଧମାଳ ଜିଲ୍ଲାରେ ଏଭଳି ଅନେକ ଅଛନ୍ତି ଯେଉଁମାନେ ଅତି ଗରିବ ତାଲିକାରେ ଅଛନ୍ତି ଆଜି ପର୍ଯ୍ୟନ୍ତ ସେମାନେ ଏହି ଯୋଜନାରେ ନିଜକୁ ସାମିଲ୍ କରିପାରିନାହାନ୍ତି । ଫଳରେ ବହୁ ଯୋଗ୍ୟ ହିତାଧରକାରୀ ଜରିପାଲ କୁଡ଼ିଆ ଘର କରି ଜୀବନ ବିତାଉଛନ୍ତି । ଏଭଳି ଏକ ଦୃଶ୍ୟ ଦେଖବାକୁ ମିଳିଛି କ.ନୂଆଗାଁ ବ୍ଲକ ଗୁଜିବାଡ଼ି ପଞ୍ଚାୟତ ୩ନମ୍ବର ଓାର୍ଡ ହରିପୁର ଗ୍ରାମରେ । ଏକ ଝାଟିମାଟି ଭଙ୍ଗାଦଦରା ଘରେ ଜରି ପକାଇ କୁଡ଼ିଆଘର କରି ବସବାସ କରୁଛନ୍ତି ହନୁ ପ୍ରଧାନଙ୍କ ପରିବାର ।
ପରିବାର କହିଲେ ସ୍ତ୍ରୀ ଡିନାରୀ ପ୍ରଧାନ, ୨ପୁଅ ସୁବ୍ରକାନ୍ତ ପ୍ରଧାନ ଓ ରତିକାନ୍ତ ପ୍ରଧାନ । ଗୋଟିଏ ଦିନ କେହିନଥିବା ସମୟରେ ଘରେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡ଼ିଯାଇଥିଲା । କ୍ଷତିପୂରଣ ପାଇଁ ସ୍ଥାନୀୟ ତହସିଲଦାରଙ୍କ ନିକଟରେ ଗୁହାରୀ କରିଥିଲେ । ପ୍ରଶାସନ ତରଫରୁ କେବଳ ଏକ ଜରିପାଲ ସହାୟତା ଭାବରେ ଦିଆଯାଇଥିଲା । ଅର୍ଥ ନଥିବା ଯୋଗୁଁ ୩ ବର୍ଷହେବ ସେହି ଜରିପାଲ କୁଡ଼ିଆ ଘରେ ଘରର ୪ ସଦସ୍ୟ ରହୁଛନ୍ତି । ଶୋଇବା ପାଇଁ ଜାଗା ହେଉନଥିବାରୁ ୨ପୁଅ ଗ୍ରାମର ପଡ଼ୋଶୀ ଘର ବାରଣ୍ଡାରେ ରାତିରେ ଆଶ୍ରୟ ନେଇଥାନ୍ତି । ଖରା ହେଉ କି ବର୍ଷା ହେଉ ସାହି ପଡ଼ିଶାଙ୍କର ପିଣ୍ଢା ପାଲଟିଛି ଏହି ଦୁଇ ପୁଅଙ୍କ ସାହରା । ଏପଟେ କୁଡ଼ିଆ ଘରର ମାଟି ଅତଡ଼ା ଖସିବାରେ ଲାଗିଛି । କେଉଁ ସମୟରେ ଭାଙ୍ଗିପଡ଼ିବ ତାହା କହିହେବ ନାହିଁ । ଏଭଳି ସ୍ଥିତିରେ ଅଦିନିଆ କାଳବୈଶାଖୀରେ ଘର ସମ୍ପୂର୍ଣ୍ଣ ଉଡ଼ିଯିବାର ଭୟ ଅସହାୟ ପରିବାରର ଚିନ୍ତା ଦ୍ୱିଗୁଣିତ କରିଦେଇଛି ।
ଦୁଇବର୍ଷ ହେବ ଘରକୁ ବିଦ୍ୟୁତ ସଂଯୋଗ କରାଯାଇଛି, କିନ୍ତୁ ବଲ୍ ବି ଜଳୁନାହିଁ । ଏହାସହିତ ଏକ ପାଇଖାନା ଘର ଦିଆଯାଇଛି ଯାହାକି ଆମକୁ ବାସଗୃହ ଆବଶ୍ୟକ ହେଉଥିବା ବେଳେ ଏହା ଆମର କୌଣସି କାମରେ ଆସୁନାହିଁ ବୋଲି ଦୁଃଖଭରା ଆଖିରେ ଅସହାୟ ପରିବାର କହିଛନ୍ତି । ଘର ଖଣ୍ଡିଏ ପାଇଁ ସରପଞ୍ଚଙ୍କ ଠାରୁ ବିଡିଓ ଏବଂ ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ କରିଥିଲେ । ଘର ବଦଳରେ କେବଳ ପ୍ରତିଶ୍ରୁତି ମିଳୁଛି ବୋଲି କହିଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସହଯୋଗ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking