27.1 C
Bhubaneswar
Thursday, April 25, 2024
Homeଅପରାଧଉଦ୍ଧାର ହେଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ, ପୁରା ଘଟଣା ଜାଣିଲେ ଉଡିଯିବ ହୋସ୍‌

ଉଦ୍ଧାର ହେଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ, ପୁରା ଘଟଣା ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ: ଜଣେ ମହିଳାଙ୍କୁ ନିଆଁ ଲଗାଇ ମାରିବା ଘଟଣାରେ ଜୟପୁରର ହରମୋଡା ପୋଲିସକୁ ଏକ ବଡ ସଫଳତା ମିଳିଛି । ବ୍ଲାଇଣ୍ଡ ମର୍ଡର ଖୁଲାସା କରି ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ପୋଲିସ ଦେଇଥିବା ସୂଚନା ଅନୁସାରେ, ହତ୍ୟାକାରୀ ପ୍ରଥମେ ମହିଳାଙ୍କ ଗଳା ଚିପି ହତ୍ୟା କରିବା ପରେ ତାର ଦୁଇ ନିକଟ ସଂପର୍କୀୟଙ୍କ ସହାୟତାରେ ଶବକୁ ଠିକଣା ସ୍ଥାନରେ ପହଞ୍ଚାଇଥିଲା । ପରେ ଜଙ୍ଗଲ ଭିତରକୁ ଶବଟିକୁ ନେଇ ପେଟ୍ରୋଲ ପକାଇ ଜଳାଇବାକୁ ଚେଷ୍ଟା କରିଥିଲା । ମାତ୍ର ତାହା ଜଳିନଥିଲା । ଥାନା ଅଧିକାରୀ ରମେଶ ସୈନୀ କହିଛନ୍ତି ଯେ, ମନୋହରପୁରରେ ବାସ କରୁଥିବା ରାଜେନ୍ଦ୍ର ଯାଦବକୁ ପୋଲିସ ଗିରଫ କରିବା ସହ ତାର ଦୁଇ ସହଯୋଗୀକୁ ମଧ୍ୟ ଗିରଫ କରିଛି । ପୋଲିସ ଆହୁରି ମଧ୍ୟ କହିଛି ଯେ, ଅଭିଯୁକ୍ତ ରାଜେନ୍ଦ୍ର ମୃତକଙ୍କ ସହ ଦୀର୍ଘ ୨ ବର୍ଷ ଧରି ଲିଭ୍ ଇନ ରିଲେସନସିପରେ ରହୁଥିଲା । ତେବେ ମୃତକ ଜଣକ ବାଂଲାଦେଶର ବୋଲି ଜଣାପଡିଛି । ସେ ଅବୈଧ ଭାବରେ ଭାରତକୁ ଆସିଥିବା ବେଳେ ରାଜେନ୍ଦ୍ର ସହ ତାର ଭେଟ ହୋଇଥିଲା । ଆଉ ସେ ଭିକ ମାଗୁଥିବା ବେଳେ ରାଜେନ୍ଦ୍ର ପେଶାରେ ଜଣେ ଡ୍ରାଇଭର ଥିଲା । ହେଲେ ପରେ ରାଜେନ୍ଦ୍ର ତାକୁ ଆଣି ନିଜ ପାଖରେ ରଖିଲା । ଯେତେବେଳେ କି ରାଜେନ୍ଦ୍ରର ପୂର୍ବରୁ ସ୍ତ୍ରୀ ଏବଂ ଦୁଇଟି ପିଲା ମଧ୍ୟ ଅଛନ୍ତି । ଅଧିକ ତଦନ୍ତ ସମୟରେ ଜଣାପଡିଛି ଯେ, ମୃତ ମହିଳା ଜଣକ କୁଆଡେ ମେ ୬ରେ ନିଜ ଗାଁକୁ ପଇସା ପଠାଇବା ପାଇଁ ରାଜେନ୍ଦ୍ରକୁ ଟଙ୍କା ମାଗିଥିଲେ । ଆଉ ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ଲାଗି ଯାଇଥିଲା । ଯାହା ପରବର୍ତ୍ତୀ ସମୟରେ ଉଗ୍ର ରୂପ ନେଇଥିଲା । ଫଳରେ ରାଜେନ୍ଦ୍ର ଦୁଇ ସଂପର୍କୀୟଙ୍କ ସହ ତାର ଗଳା ଚିପି ହତ୍ୟା କରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking