26.7 C
Bhubaneswar
Friday, April 19, 2024
Homeଓଡିଶାସରକାର ଔରଙ୍ଗଜେବଙ୍କ ପରି ଜିଜିଆ କର ନ ଲଗାଇ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରନ୍ତୁ -...

ସରକାର ଔରଙ୍ଗଜେବଙ୍କ ପରି ଜିଜିଆ କର ନ ଲଗାଇ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରନ୍ତୁ – ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର  – ପ୍ରବାସୀ ଶ୍ରମିକଙ୍କ ପାଇଁ ସରକାରଙ୍କର କେତେ ଦରଦ ଓ କେତେ ସହାନୁଭୂତି କାଲି ସ୍ପଷ୍ଟ ଭାବେ ଜଣାପଡିଛି । ମଇ ୪ ତାରିଖ ଦିନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଲେ ପ୍ରବାସୀ ଶ୍ରମିକମାନେ ନିଜ ରାଜ୍ୟକୁ ଫେରିବା ପାଇଁ ରେଳଭଡା ଖର୍ଚ୍ଚ କଂଗ୍ରେସ ବହନ କରିବ । ସେହି ଅନୁସାରେ ଆମେ ମଧ୍ୟ ୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଅନ୍ୟାନ୍ୟ ସରକାରୀ ଅଫିସରଙ୍କୁ ଜଣାଇଲୁ ଯେ ଆମେ ଟିକେଟ୍ କରି ଲୋକଙ୍କୁ ଆଣିବାକୁ ପ୍ରସ୍ତୁତ ଅଛୁ । କେଉଁମାନେ ପଞ୍ଜୀକରଣ କରିଛନ୍ତି ଏବଂ ସବୁ ଆବଶ୍ୟକୀୟ ସାହାଯ୍ୟ ଟ୍ରେନ୍ ବୁକିଂ ଇତ୍ୟାଦି କରିବା ପାଇଁ । ସରକାର ସେ କଥା ଶୁଣିଲେ ନାହିଁ କି ଆମ ସହିତ ଆଲୋଚନା କରିବା ପାଇଁ ମଧ୍ୟ ସମୟ ଦେଲେ ନାହିଁ । ସରକାର ନିଜେ କହିଥିଲେ ଯେ ୮୫ ଭାଗ କେନ୍ଦ୍ର ଦେବ ଓ ୧୫ ଭାଗ ରାଜ୍ୟ ଦେବ । ସେ ପଇସା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପଟ୍ଟନାୟକ? ଗତକାଲି ସରକାର ନିଷ୍ପତି
କଲେ ଯେ ପ୍ରବାସୀ ଶ୍ରମିକଙ୍କୁ ଟିକେଟ୍ ଦେଇ ଆଣିବା ପାଇଁ ଏବଂ କ୍ୱାରେନ୍‌ଟାଇନ୍‌ରେ ରହିବା ପରେ ଯେଉଁ ୨ ହଜାର ଟଙ୍କା ପାଇଥାନ୍ତେ, ଯେଉଁଟାକି ୫ ହଜାର ଟଙ୍କା ଦେବା ପାଇଁ ଆମେ ଦାବି କରିଥିଲୁ, ତାକୁ ତ ଦେଲେ ନାହିଁ, ବର୍ତମାନ ସେ ୨ ହଜାର ଟଙ୍କାରୁ ସେମାନଙ୍କ ରେଳ ଭଡା କାଟିବେ ବୋଲି ନିଷ୍ପତି ନେଇଛନ୍ତି । ଏହା କ’ଣ ଔରଙ୍ଗଜେବଙ୍କର ଜିଜିଆ କର ନା ମାଛ ତେଲରେ ମାଛ ଭାଜିବା ପାଇଁ ସରକାର ଚେଷ୍ଟା କରୁଛନ୍ତି ନା ଏହା କ’ଣ ପ୍ରବାସୀ ଶ୍ରମିକଙ୍କ ପାଇଁ ତାଙ୍କର ଦରଦ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।
ଏହା ବଡ ଦୁଃଖ ଦାୟକ ଘଟଣା । ଦ୍ୱିତୀୟରେ ଆମ ପାଇଁ ଆଉ ଏକ ବିପଦ ଆସି ପହଂଚି ଗଲାଣି ବାତ୍ୟା । ଏ ବାତ୍ୟାରେ ଉତର ଓଡିଶାର ପ୍ରାୟ ୭/୮ ଟି ଜିଲ୍ଲାରେ ପ୍ରବଳ ଭାବରେ ବର୍ଷା  ହେବାର ସମ୍ଭାବନା ଅଛି । ସରକାର ପ୍ରଚାର କରିଛନ୍ତି ଯେ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି । ବ୍ୟବସ୍ଥା ହୋଇଥିଲେ ତ ଭଲ କଥା । କିନ୍ତୁ ସେ ସବୁ ଅଂଚଳରେ ବହୁତ ତଳିଆ ଅଂଚଳ ଥାଏ, ପାଣି ଘେରରେ ରହିଯାନ୍ତି । ସେମାନଙ୍କର ସୁବନ୍ଦୋବସ୍ତ କରିବା ପାଇଁ ସରକାର ଚେଷ୍ଟା କରିବେ । ଏ ପର୍ଯ୍ୟନ୍ତ ପଶ୍ଚିମ ଓଡିଶାରେ ବିଶେଷ ପ୍ରବାସୀ ଶ୍ରମିକ ଆସି ନାହାନ୍ତି । କିନ୍ତୁ ଆସିବା ପାଇଁ ଆରମ୍ଭ କଲେଣି । ଉଦାହରଣ ସ୍ୱରୂପ ବଲାଙ୍ଗୀର, କଳାହାଣ୍ଡିରେ ଲକ୍ଷ ଲକ୍ଷ ଲୋକ ପଞ୍ଜିକରଣ କରିଛନ୍ତି । ସେମାନେ ଫେରିଲା ପରେ କ’ଣ ଅବସ୍ଥା ହେବ, ତାହା ଏବେଠୁ କହିହେବ ନାହିଁ । ସେ ସବୁ ଅଂଚଳରେ କୋଭିଡ-୧୯ ଟେଷ୍ଟିଙ୍ଗ ପାଇଁ କୌଣସି ପ୍ରକାର ସୁବିଧା ଉପଲବ୍ଧ ହୋଇନାହିଁ । ସାରା ଓଡିଶାରେ ଯେଉଁ ଯେଉଁ ଅଂଚଳରେ ବେଶି ଲୋକ ଆସିବାର ସମ୍ଭାବନା ଅଛି ସେ ସବୁ ଅଂଚଳଗୁଡିକରେ ଟେଷ୍ଟିଙ୍ଗ୍‌ର ସୁବନ୍ଦୋବସ୍ତ କରିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ । ନଚେତ୍ ଆମକୁ ଆହୁରି ହିନସ୍ଥା ହେବାକୁ ପଡିବ । ସରକାର ପ୍ରବାସୀ ଶ୍ରମିକଙ୍କ ଦୁଃଖ କଥା ବୁଝନ୍ତୁ ବୋଲି ବୋଲି ଶ୍ରୀ ପଟ୍ଟନାୟକ ସରକାରଙ୍କୁ ନିବେଦନ
କହିଛନ୍ତି । ଆଜି ପ୍ରବାସୀମାନେ ରାସ୍ତାରେ ଚାଲି ଚାଲୁ ଆସୁଛନ୍ତି । ୨ ମାସ ହେଲା ରୋଜଗାର ନାହିଁ, ରାସ୍ତାରେ ମୃତ୍ୟୁବରଣ
କରୁଛନ୍ତି, ଆତ୍ମହତ୍ୟା କରୁଛନ୍ତି, ଏମିତି ବି ଦେଖାଦେଇଛି ପୋଲିସ ମାଡରେ ମୃତ୍ୟୁବରଣ କରିଛନ୍ତି । ସେହି ଅନୁସାରେ
ସରକାରଙ୍କର ଯେଉଁ ନୈତିକ କର୍ତବ୍ୟ ଅଛି ତାହା ସରକାର ପୂରଣ କରନ୍ତୁ ଓ ଔରଙ୍ଗଜେବଙ୍କ ପରି ନହୋଇ କିମ୍ବା ମାଛ ତେଲରେ ମାଛ ନ ଭାଜି ଲୋକଙ୍କୁ ସାହାଯ୍ୟ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ସରକାରଙ୍କୁ ଅନୁରୋଧ କରିଛନ୍ତି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking